ଭୁବନେଶ୍ବର: ଓଡ଼ିଶା ସେକ୍ରେଟାରିଏଟ୍‌ କ୍ରିକେଟ୍‌ ସଂଘ ଆନୁକୂଲ୍ୟରେ ନୂଆପଲ୍ଲୀ ଇନ୍ଦିରା ମଇଦାନରେ ଚାଲିଥିବା ୧୯ତମ ସେକ୍ରେଟାରିଏଟ୍‌ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଗୁରୁବାର ଏକ ମ୍ୟାଚ୍‌‌ରେ କିଟ୍‌ ବିଶ୍ବବିଦ୍ୟାଳୟ ଓ କୃଷି ନିର୍ଦେଶାଳୟ ବିଜୟୀ ହୋଇଛନ୍ତି। କିଟ୍‌ ୨୩ ରନ୍‌ରେ ଓଡ଼ିଶା ପଲ୍ୟୁସନ୍‌ କଂଟ୍ରୋଲ ବୋର୍ଡ ଦଳକୁ ପରାସ୍ତ କରିଥିଲା। କିଟ୍‌ ୧୮ ଓଭରରେ ୧୨୩/୬ କରିବା ପରେ ଓଡ଼ିଶା ପଲ୍ୟୁସନ୍‌ କଂଟ୍ରୋଲ ବୋର୍ଡକୁ ୧୦୦ ରନ୍‌ରେ ଅଟକାଇ ଦେଇଥିଲା। ବିଜୟୀ ଦଳର ରଂଜିତ ରାଉତ (୨୩ ରନ୍‌ ଓ ୩ ୱିକେଟ୍‌) ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦ୍ବିତୀୟ ମ୍ୟାଚ୍‌ରେ କୃଷି ନିର୍ଦେଶାଳୟ ୩୮ ରନ୍‌ରେ ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କ୍‌ (ପିଏନ୍‌ବି)କୁ ହରାଇ ଥିଲା। ନିର୍ଧାରିତ ୨୦ ଓଭରରେ କୃଷି ନିର୍ଦେଶାଳୟ ୧୨୪/୮ କରିଥିଲା। ଜବାବରେ ପିଏନ୍‌ବି ୧୯.୩ ଓଭରରେ ୮୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ବିଜୟୀ ଦଳର ସଂଗ୍ରାମ ଦାସ (୪-୧-୯-୩) ବୋଲିଂ ସଫଳତା ଲାଗି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସନ୍ତୋଷ ଜେନା ଓ ଲୁଲୁ ମହାପାତ୍ର ଅମ୍ପାୟାର ଏବଂ କେ ରାମା ରାଓ ସ୍କୋରର୍‌ ଥିଲେ। ଶୁକ୍ରବାର ଓପିଟିସିଏଲ୍‌-ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଏବଂ ଇଡ୍‌କୋ-ପ୍ରମେୟ ମୁହ‌ାଁମୁହିଁ ହେବେ।