ଭୁବନେଶ୍ବର: ଓଡ଼ିଶା ସଚିବାଳୟ କ୍ରିକେଟ୍ ସଂଘ ପକ୍ଷରୁ ଆୟୋଜିତ ସେକ୍ରେଟାରିଏଟ୍‌ ପ୍ରିମିୟର୍ ଲିଗ୍‌ରେ ୱାରିୟର୍ସ ବିଜେତା ଏବଂ ଟାଇଟନ୍ସ ଉପବିଜେତା ହୋଇଛି। ବର୍ଷା କାରଣରୁ ଫାଇନାଲ୍ ମ୍ୟାଚ୍‌ ଖେଳାଯାରିପାରି ନଥିବା ବେଳେ ଲିଗ୍‌ରେ ସର୍ବାଧିକ ପଏଣ୍ଟ ଭିତ୍ତିରେ ବିଜେତା‌‌ ଘୋଷଣା କରାଯାଇଥିଲା। ଉଦ୍‌ଯାପନୀ ଉତ୍ସବରେ ବିଶିଷ୍ଟ କ୍ରିକେଟ୍‌ ପ୍ରଶିକ୍ଷକ କିଶୋର ମାଣିଆ, ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ମ‌ନୋଜ କୁମାର ସ୍ବାଇଁ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ।

Advertisment

ଆଲୋକ ମହାରଣା ଅରେଞ୍ଜ୍ କ୍ୟାପ୍‌ ଏବଂ ଫାଲଗୁନୀ ସିଂହ ପର୍ପଲ୍ କ୍ୟାପ୍‌ ଜିତିଥିବାବେଳେ ଶ୍ରୀନିବାସ ଦାଶଙ୍କୁ ମୋଷ୍ଟ ଭାଲୁଏବଲ୍ ପ୍ଲେୟାର୍‌ ବିବେଚିତ କରାଯାଇଥିଲା। ଏହି ଅବସରରେ ସଂଘ ପକ୍ଷରୁ ରେଳ ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ରିଲିଫ ପାଣ୍ଠିକୁ ୨୫,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। କାର୍ଯ୍ୟକାରୀ ସଭାପତି ଶଶାଙ୍କ ମହାପାତ୍ର, ସାଧାରଣ ସମ୍ପାଦକ ସଂଜୀବ କୁମାର ମିଶ୍ର, ଯୁଗ୍ମ ସମ୍ପାଦକ ନୃସିଂହ ଚରଣ ପୃଷ୍ଟି, କାର୍ଯ୍ୟକାରୀ ସଦସ୍ୟ ସ୍ବର୍ଣ୍ଣେନ୍ଦୁ ମିଶ୍ର, କ୍ରୀଡ଼ା ନିର୍ଦେଶକ ଅବିନାଶ ଖଣ୍ଡୁଆଳ, ବରିଷ୍ଠ ସଦସ୍ୟ ପଦ୍ମ ଚରଣ ରାଉତ, ଜର୍ଜ ଦେବୀଦତ୍ତ ଦାସ ପ୍ରମୁଖ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।