ସିଲି ପଏଣ୍ଟ୍‌ : ସେହବାଗ ସିନେ ସମୀକ୍ଷକ

ମୁମ୍ବାଇ: ବିଗତ ଦିନର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହବାଗ ସିନେମା ସମୀକ୍ଷକ ପାଲଟି ଯାଇଛନ୍ତି। ୧୯୪୮ ମସିହାରେ ସ୍ୱାଧୀନ ଭାରତର ପ୍ରଥମ ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜୟ ଉପରେ ଆଧାରିତ ଚଳଚ୍ଚିତ୍ର ‘ଗୋଲ୍ଡ’କୁ ଦେଖିବା ପରେ ସେହବାଗ ଏହାର ସମୀକ୍ଷା କରିଛନ୍ତି। ଚଳଚ୍ଚିତ୍ରଟିକୁ ସେ ଶହେରୁ ଶହେ ନମ୍ବର ଦେଇଛନ୍ତି। ମୁଁ ଗୋଲ୍ଡ ଦେଖି ସୋଲ୍ଡ (ବିକ୍ରି) ହୋଇଗଲି। ଏହା ଏକ ଚମତ୍କାର ଓ ପ୍ରେରଣାଦାୟୀ ଚଳଚ୍ଚିତ୍ର, ଧନ୍ୟବାଦ ଅକ୍ଷୟ କୁମାର ବୋଲି ସେହବାଗ ଟ୍ଵିଟ୍‌ କରିଛନ୍ତି। ଗୋଲ୍ଡ ଚଳଚ୍ଚିତ୍ରରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅଛନ୍ତି। ସେ ଭାରତୀୟ ଦଳର ପ୍ରବନ୍ଧକ ତପନ ଦାସ ଚରିତ୍ରରେ ଅଭିନୟ କରିଛନ୍ତି। ରବିବାର ଅକ୍ଷୟ ଦେଶର ବଛା ବଛା କ୍ରୀଡ଼ା ତାରକାଙ୍କ ପାଇଁ ଚଳଚ୍ଚିତ୍ରର ଏକ ସ୍ୱତନ୍ତ୍ର ସୋ’ର ଆୟୋଜନ କରିଥିଲେ। ଏଥିରେ ହକି କିମ୍ବଦନ୍ତୀ ବଲବୀର ସିଂହ ମଧ୍ୟ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର