ନୂଆଦିଲ୍ଲୀ: ଆଜିକାିଲି କ୍ରିକେଟ ପ୍ରେମୀ ବୀରୁଙ୍କୁ କ୍ରିକେଟ ପଡ଼ିଆ ଭିତରେ ଦେଖୁ ନାହାନ୍ତି। ତଥାପି ବୀରୁ ପଡ଼ିଆ ବାହାରେ ଥାଇ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇ ଚାଲିଛନ୍ତି। କମେଣ୍ଟ୍ରି ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଉଛନ୍ତି ବୀରୁ। କିନ୍ତୁ ଗୋଟିଏ ସମୟ ଥିଲା ବୀରୁଙ୍କ ସମ୍ମୁଖରେ ବୋଲିଂ କରିବା ବୋଲରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ଥିଲା। ଏହାର କାରଣ ହେଲା ଯେ, ସେହେଓ୍ଵାଗ ପ୍ରଥମ ବଲରୁ ହିଁ ପ୍ରହାର କରି ବସୁଥିଲେ। ତାଙ୍କର ଭାବନା ଯେ, ପ୍ରଥମ ବଲ ହିଁ ଚୌକା କିମ୍ବା ଛକା ହେଉ।
ଭାରତୀୟ ଟିମ୍ ପାଇଁ ଅନେକ ଥର ଓପନିଂ କରି ବୀରେନ୍ଦ୍ର ସେହେଓ୍ଵାଗ ବହୁ ଥର ପ୍ରଥମ ବଲକୁ ଚୌକା ଅଥବା ଛକା ମାରିଛନ୍ତି। ସେହେଓ୍ଵାଗଙ୍କ ଏହି ସାହସିକ ବ୍ୟାଟିଂ ପାଇଁ ଯେକୌଣସି ବୋଲରର ମୁଣ୍ଡ ବୁଲାଇ ଥାଏ। ସେ ଯେତେବେଳେ ପାକିସ୍ତାନ କିମ୍ବା ଶ୍ରୀଲଙ୍କା ବିରୋଧରେ ଖେଳୁଥିଲେ ଦ୍ରୁତ ଗତିରେ ରନ୍ ସଂଗ୍ରହ କରୁଥିଲେ। ଭାରତୀୟ ଟିମ୍ର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହେଓ୍ଵାଗ କ୍ରିକେଟରୁ ସନ୍ୟାସ ନେଇଛନ୍ତି, ମାତ୍ର ଅତୀତରେ ସେ ଶ୍ରୀଲଙ୍କା ବିରୋଧରେ ଯେଉଁ ଇନିଂସ ଖେଳିଥିଲେ ଦର୍ଶକଙ୍କ ମନରେ ଆଜି ବି ସ୍ମରଣୀୟ ହୋଇ ରହିଛି।
କଲମ୍ବୋରେ ୨୦୦୫ ଅଗଷ୍ଟ ୯ରେ ହୋଇଥିବା ଇଣ୍ଡିଆନ୍ ଅଏଲ୍ କପ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଚାଲିଥାଏ। ଏହି ମ୍ୟାଚ ବିଜୟୀ ହେବା ପାଇଁ ଭାରତକୁ ୨୮୧ ରନ୍ ଦରକାର ଥିଲା। ୨ୟ ପାଳିରେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ପଡ଼ିଆରେ ସେହେଓ୍ଵାଗଙ୍କ ସାଥୀରେ ଅବତୀର୍ଣ୍ଣ ଥିଲେ ସୌରଭ ଗାଙ୍ଗୁଲି। ସେହେଓ୍ଵାଗ ପ୍ରଥମ ବଲରୁ ଖେଳିବା ଆରମ୍ଭ କରିଥିଲେ। ଭାରତ ପ୍ରଥମ ଓଭରରେ କୌଣସି ଓ୍ଵିକେଟ ନ ହରାଇ ୩୫ ରନ୍ ସଂଗ୍ରହ କରିଥିଲା।
ଭାରତୀୟ ଟିମ୍ ପାଇଁ ଅନେକ ଥର ଓପନିଂ କରି ସେହେଓ୍ଵାଗ ବହୁ ଥର ପ୍ରଥମ ବଲକୁ ଚୌକା ଅଥବା ଛକା ମାରିଛନ୍ତି। ସେହେଓ୍ଵାଗଙ୍କ ସାହସିକ ବ୍ୟାଟିଂ ପାଇଁ ଯେକୌଣସି ବୋଲରର ମୁଣ୍ଡ ବୁଲାଇ ଥାଏ। ସେ ଯେତେବେଳେ ପାକିସ୍ତାନ କିମ୍ବା ଶ୍ରୀଲଙ୍କା ବିରୋଧରେ ଖେଳୁଥିଲେ ଦ୍ରୁତ ଗତିରେ ରନ୍ ସଂଗ୍ରହ କରୁଥିଲେ। ଭାରତୀୟ ଟିମ୍ର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହେଓ୍ଵାଗ କ୍ରିକେଟରୁ ସନ୍ୟାସ ନେଇଛନ୍ତି, ମାତ୍ର ଅତୀତରେ ସେ ଶ୍ରୀଲଙ୍କା ବିରୋଧରେ ଯେଉଁ ଇନିଂସ ଖେଳିଥିଲେ ଦର୍ଶକଙ୍କ ମନରେ ଆଜି ବି ସ୍ମରଣୀୟ ହୋଇ ରହିଛି।
ଷଷ୍ଠ ଓଭରରେ ବୋଲିଂ କରିବାକୁ ଆସିଲେ ଦିଲହାରା ଲୋକୁହେଟିଗ। ସେହେଓ୍ଵାଗ ପ୍ରଥମ ୨ଟି ବଲକୁ ଚୌକା ମାରିବା ସହିତ ସ୍ୱାଗତ କରିଥିଲେ। ଏହା ପରେ ୩ୟ ବଲ ଗୋଟିଏ ପାଦ ଆଗକୁ ଯାଇ ଛକା ମାରିଥିଲେ। ସେହିପରି ଶେଷ ୩ଟି ବଲରୁ ୩ଟି ଚୌକା ସହାୟତାରେ ୧୨ ରନ୍ ସଂଗ୍ରହ କରିଥିଲେ। ସେହି ଓଭରରେ ସମୁଦାୟ ୨୬ ରନ୍ ସଂଗ୍ରହ କରିବା ସହିତ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/sehwag.jpg)