ସେହବାଗ @୪୧, ଛୁଟିଲା ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହବାଗ ରବିବାର ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛାର ସୁଅ ଛୁଟିବାକୁ ଲାଗିଛି। ‘ସୁଲତାନ ଅଫ୍‌ ମୁଲ୍‌ତାନ’ଙ୍କୁ କିମ୍ବଦନ୍ତୀ ଭାରତୀୟ କ୍ରିକେଟ୍ ତାରକା ସଚିନ୍‌ ତେନ୍ଦୁଲକରଙ୍କ ସମେତ କ୍ରିସ୍‌ ଗେଲ୍‌, ହରଭଜନ ସିଂହ, ଭିଭିଏସ୍‌ ଲକ୍ଷ୍ମଣ, ମହମ୍ମଦ କୈଫ୍‌ ଶୁଭେଚ୍ଛା ଜଣାଇଛନ୍ତି। ଏମାନଙ୍କ ସହ ବହୁ ପୂର୍ବତନ ଓ ବର୍ତମାନର କ୍ରିକେଟର୍‌, ରାଜନେତା ଏବଂ ପ୍ରଶଂସକ ମଧ୍ୟ ସେହବାଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପଡ଼ିଆରେ ବଲ୍‌ ଧମାଲ ପରି ମଜାକର ଧମାଲ ହେଉଛି ତୁମ ମନ୍ତ୍ର! ଜନ୍ମଦିନର ମୁବାରକ ବିରୁ ବୋଲି ସଚିନ ଟ୍ବିଟ୍‌ କରିଥିଲେ। ଜନ୍ମ ଦିନର ଶୁଭେଚ୍ଛା ବୋଲି ଟ୍ବିଟ୍‌ କରିଥିଲେ ୱେଷ୍ଟଇଣ୍ଡିଜ୍‌ ତାରକା ଗେଲ୍‌। ସବୁଠୁ ବିପଦପୂର୍ଣ୍ଣ ବ୍ୟାଟ୍ସମ୍ୟାନ୍‌ଙ୍କୁ ଜନ୍ମ ଦିନର ଶୁଭେଚ୍ଛା, ଜିଓ ଲାଲା…ଆଧୁନିକ ଯୁଗର ଭିଭି ରିଚାର୍ଡ୍ସ ବୋଲି ହରଭଜନ ଟ୍ବିଟ୍‌ କରିଥିଲେ। ସ୍ବତନ୍ତ୍ର ସାଙ୍ଗକୁ ସ୍ବତନ୍ତ୍ର ଜନ୍ମଦିନର ଶୁଭେଚ୍ଛା ବୋଲି ଲେଖିଥିଲେ ଲକ୍ଷ୍ମଣ। କୈଫ୍‌ ଜନ୍ମଦିନର ଶୁଭେଚ୍ଛା ଜଣାଇ ଲେଖିଥିଲେ, ୧୯୯୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ପ୍ରଥମ ଥର ଖେଳିଥିଲ, ତାହା ପରଠୁ ଜୀବନରେ କେବେ ବି ଆମୋଦପ୍ରମୋଦ କମ୍‌ କରିବାକୁ ‌‌ଦେଇନ। ସୂଚନାଯୋଗ୍ୟ, ସେହବାଗ ୨୫୧ ଦିନିକିଆ, ୧୦୪ ‌ଟେଷ୍ଟ୍‌ ଖେଳି ଯଥାକ୍ରମେ ୮୨୭୩ ଏବଂ ୮୫୮୬ ରନ୍‌ କରିଛନ୍ତି।

ସମ୍ବନ୍ଧିତ ଖବର