ନୂଆଦିଲ୍ଲୀ : ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ବ୍ୟାଟିଂ ଶୈଳୀକୁ କିଏ ବା ପ୍ରଶଂସା ନକରନ୍ତି। ସେ ଏଭଳି ଜଣେ ଖେଳାଳି ଯିଏକି ଭିନ୍ନ ଭିନ୍ନ ଶୈଳୀରେ ବ୍ୟାଟିଂ କରି ପ୍ରତିପକ୍ଷ ବୋଲରଙ୍କ ନିଜ ହଜାଇ ଦିଅନ୍ତି। ସେହି କିଂବଦନ୍ତି କ୍ରିକେଟର୍ଙ୍କୁ ଯେ ନକଲ କରନ୍ତି, ସେନେଇ ପୂର୍ବତନ ଭାରତୀୟ ଓପ୍ନର ବୀରେନ୍ଦ୍ର ସେହବାଗ୍ ଖୁଲାସା କରିଛନ୍ତି। ସେ କିପରି ଏହି କିଂବଦନ୍ତି ତଥା ନିଜର ଲମ୍ବା ସମୟର ପ୍ରାରମ୍ଭିକ ସାଥୀ ସଚିନ୍ଙ୍କ ଷ୍ଟ୍ରେଟ୍ ଡ୍ରାଇଭ୍କୁ ଟିଭିରେ ଦେଖି ଶିଖିଥିଲେ ବୋଲି କହିଛନ୍ତି ସେହବାଗ୍। ବିଶେଷକରି ୧୯୯୨ ବିଶ୍ବକପ୍ ଅବସରରେ ପ୍ରଥମ ଥର ପାଇଁ ଟିଭିରେ ତାଙ୍କ ବ୍ୟାଟିଂ ଦେଖି ନକଲ କରିବାକୁ ଚେଷ୍ଟା କରିଥିଲି ବୋଲି ସେହବାଗ୍ ମନେ ପକାଇଛନ୍ତି।
‘‘କ୍ରିକେଟ୍ ପଡ଼ିଆରେ ହିଁ ଖେଳାଯାଏ, ହେଲେ ଅନେକ କିଛି ଶିଖିପାରିବା। ଯଦି ମୁଁ ନିଜର ଉଦାହରଣ ଦେବି ତାହାଲେ ମୁଁ ୧୯୯୨ ବିଶ୍ବକପ୍ ବେଳରୁ ହିଁ କ୍ରିକେଟ୍ ଦେଖିବା ଆରମ୍ଭ କରିଥିଲି। ଆଉ ସେହି ସମୟରେ ସଚିନ୍ଙ୍କ ଖେଳ ଦେଖି ତାଙ୍କୁ ନକଲ କରିଥିଲି’’ ବୋଲି କହିଛନ୍ତି ସେହବାଗ୍। ‘‘ସେ କିପରି ଷ୍ଟ୍ରେଟ୍ ଡ୍ରାଇଭ୍ ଖେଳନ୍ତି, କିପରି ବ୍ୟାକ୍ଫୁଟ୍ ପଞ୍ଚ୍ କରନ୍ତି ତାହା ୧୯୯୨ରେ ଦେଖିଥିଲି। ଟିଭି ଦେଖି ବହୁତ କିଛି ଶିଖିଥିଲି’’ ବୋଲି ବୁଧବାର ସେହବାଗ୍ ମନେ ପକାଇଛନ୍ତି। ସେ ମଧ୍ୟ ମହାନ୍ ଖେଳାଳିଙ୍କ ଦ୍ବାରା ସେୟାର କରାଯାଇଥିବା ଭିଡିଓ ଦେଖି କ୍ରିକେଟ୍ ସଂପର୍କରେ ଗୁରୁତ୍ବପୂର୍ଣ୍ଣ ଶିକ୍ଷା ପାଇଥିଲେ ବୋଲି କହିଛନ୍ତି। ଏବର ସମୟରେ ଯଦି ତୁମ ପାଖରେ ସେହିସବୁ ମହାନ୍ କ୍ରିକେଟର୍ଙ୍କ ଭିଡିଓ ରହିଛି ତାହାଲେ ଉପକୃତ ହୋଇପାରିବ। ଏବି ଡିଭିଲିୟର୍ସ, ବ୍ରାଏନ୍ ଲାରା, କ୍ରିସ୍ ଗେଲ୍, ସେହବାଗ୍ ହୁଅନ୍ତୁ କିମ୍ବା ଅନ୍ୟ ଖେଳାଳିମାନେ ହୁଅନ୍ତୁ ସମସ୍ତଙ୍କ ଭିଡିଓ ଉପଲବ୍ଧ ରହିଛି। କିନ୍ତୁ ଆମ ସମୟରେ ସେଭଳି ଭିଡିଓ ଉପଲବ୍ଧ ହେଉନଥିଲା। ଯଦି ମୋ ସମୟରେ ସେଭଳି ସୁବିଧା ମିଳୁଥା’ନ୍ତା ତାହାଲେ ମୁଁ କାହାରିକୁ କହିଥା’ନ୍ତି, ନହେଲେ ସହଜରେ ସେହି ଭିଡିଓ ସବୁ ସବ୍ସ୍କ୍ରାଇପ୍ କରିପାରିଥା’ନ୍ତି। ଯାହାକି ମୋତେ ଶିଖିବାରେ ସହାୟକ ହୋଇଥା’ନ୍ତା ଏବଂ ମୁଁ ଆହୁରି ଆଗରୁ ଭାରତ ପାଇଁ ଖେଳିପାରିଥା’ନ୍ତି ବୋଲି କହିଛନ୍ତି ସେହବାଗ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/Virender-Sehwag-Pictures-142.jpg)
