ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଦ୍ବାରା ଡିଗ୍ରି କଲେଜ ଛାତ୍ରୀମାନଙ୍କୁ ଦିଆଯାଉଥିବା ଆତ୍ମରକ୍ଷା କୌଶଳର ଷଷ୍ଠ ଦଫା ଶିବିର ଉତ୍କଳ କରାଟେ ସ୍କୁଲ୍ଠାରେ ଉଦ୍ଯାପିତ ହୋଇଛି। ଏଥିରେ କଟକ ଜିଲ୍ଲାର ବିଭିନ୍ନ କଲେଜରୁ ୮୭ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ୮ ଦିନିଆ ଶିବିରରେ ମୋଟ ୪୨ ଘଣ୍ଟାର ଶାରିରୀକ ଓ ମାନସିକ ଶିକ୍ଷା ମଧ୍ୟ ଦିଆଯାଇଥିଲା। ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରାର୍ଥୀମାନଙ୍କ ଆତ୍ମବିଶ୍ବାସ ବଢ଼ାଇବା ଦିଗରେ ଦିଗ୍ଦର୍ଶନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଅନୁଶାସନ ସଚିବ ତଥା ଏସ୍ଏନ୍ଓ ରମେଶ ଚନ୍ଦ୍ର ବେହେରା, ଡଃ ଗୌରୀ ମହାନ୍ତି, ପ୍ରଶିକ୍ଷକ ଦୀପକ କୁମାର ସାମନ୍ତରା ପ୍ରମୁଖ ଉପସ୍ଥିତ ଥିଲେ। ଡଃ ହରିପ୍ରସାଦ ପଟ୍ଟନାୟକ ପ୍ରଶିକ୍ଷଣ ଶିବିରକୁ ପରିଚାଳନା କରିଥିଲେ।
ଆତ୍ମରକ୍ଷା କୌଶଳ ଶିବିର ଉଦ୍ଯାପିତ
/sambad/media/post_attachments/wp-content/uploads/2022/05/654f654hf65s4f1h324fs64h8f9s.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)