କରାଟେ କେନ୍ଦ୍ରରେ ଆତ୍ମରକ୍ଷା ଟ୍ରେନର୍ସ ଟ୍ରେନିଂ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା‌ ବିଭାଗ ଆନୁକୂଲ୍ୟରେ ଉତ୍କଳ କରାଟେ ସ୍କୁଲ୍‌ ଦ୍ବାରା ଆୟୋଜିତ ଆତ୍ମରକ୍ଷା କୌଶଳର ମାଷ୍ଟର ଟ୍ରେନର୍ସ ଟ୍ରେନିଂ ଶିବିର ଉଦ୍‌ଯାପିତ ହୋଇଯାଇଛି। ଏହି ୮ ଦିନିଆ ଶିବିରରେ ୧୯ ଜିଲ୍ଲାରୁ ୮୦ ଜଣ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀ ଭାଗ ନେଇଥିଲେ। ବିଭାଗୀୟ ନିର୍ଦ୍ଦେଶକ ରଘୁରାମ ଆୟାର, ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ସ୍ବତନ୍ତ୍ର ସଚିବ ଶୁଭଶ୍ରୀ ନନ୍ଦ, ପ୍ରଫେସର ନିବେଦିତା ଜେନା, ଆତ୍ମରକ୍ଷା ପ୍ରଶିକ୍ଷଣ ଉପଦେଷ୍ଠା ଉଦ୍‌ଯାପନୀ ଉତ୍ସବରେ ଉପସ୍ଥିତ ରହି ଶିବିରାର୍ଥୀମାନଙ୍କୁ ମାନପତ୍ର ଓ ରିଆକ୍ଟ ପୁସ୍ତିକା ପ୍ରଦାନ କରିଥିଲେ। ଉତ୍କଳ କରାଟେ ସ୍କୁଲ୍‌ର ପ୍ରତିଷ୍ଠାତା ହରିପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଏହି ଶିବିରକୁ ଟ୍ରେନର ସୁସ୍ମିନୀ ପାଲ୍‌ଟାସିଂହ, କୃଷ୍ଣଚନ୍ଦ୍ର ମହାରଣା, ଭଗବାନ ରେଡ୍ଡୀ, ଜ୍ୟୋତ୍ସ୍ନାରାଣୀ ପାଲ୍‌ଟାସିଂହ, ମୋନାଲି ସାହୁ, ମହେଶ ଡୋରା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର