କରାଟେ ସ୍କୁଲ୍‌ରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଭୁବନେଶ୍ବର: ଉଚ୍ଚ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଏବଂ ଉତ୍କଳ କରାଟେ ସ୍କୁଲ୍‌ ଦ୍ବାରା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯୁକ୍ତ-୩ ଛାତ୍ରୀମାନଙ୍କୁ ଦିଆଯାଉଥିବା ଆତ୍ମରକ୍ଷା କୌଶଳର ସପ୍ତମ ଦଫା ପ୍ରଶିକ୍ଷଣ ଶିବିର ରବିବାର ଉଦ୍‌ଯାପିତ ହୋଇଛି। ଏହି ଦଫାରେ ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରୁ ମୋଟ ୧୦୧ ଛାତ୍ରୀ ପ୍ରଶିକ୍ଷଣ କୌଶଳ ଶିଖିଥିଲେ। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବିଭାଗୀୟ ମନ୍ତ୍ରୀ ଡଃ ଅରୁଣ ସାହୁ ଶୃଙ୍ଖଳିତ ଜୀବନଚର୍ଯ୍ୟା ସହ ସାଧାରଣ ଜ୍ଞାନ ବୃଦ୍ଧି ନିମନ୍ତେ ପ୍ରଶିକ୍ଷାର୍ଥୀମାନଙ୍କୁ ଆହ୍ବା କରିଥିଲେ। ଶରୀରକୁ କିଭଳି ରୋଗମୁକ୍ତ ରଖାଯାଇପାରିବ ସେନେଇ ବହୁମୂଲ୍ୟ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚ ଶିକ୍ଷ‌ା ବିଭାଗର ରାଜ୍ୟ ଏନ୍‌ଏସ୍‌ଏସ୍‌ ଅଧିକାରୀ ତଥା ଉପଶାସନ ସଚିବ ଡଃ ରମେଶ ଚନ୍ଦ୍ର ବେହେରା, ଉତ୍କଳ କରାଟେ ସ୍କୁଲ୍‌ର ପ୍ରତିଷ୍ଠାତା ତଥା ପ୍ରଶିକ୍ଷଣ ଶିବିରର ମୁଖ୍ୟ ପୁରୋଧା ଡଃ ହରିପ୍ରସାଦ ପଟ୍ଟନାୟକ, ଉଚ୍ଚ ଶିକ୍ଷା ବିଭାଗ ଅଧିକାରୀ ପୀତାମ୍ବର ମୁର୍ମୁ, ଉତ୍କଳ କରାଟେ ସ୍କୁଲ୍‌ର ପ୍ରଶିକ୍ଷକ ଗୌରୀ ମହାନ୍ତି, ଦୀପକ ସାମନ୍ତରା, ଅନୁପମା ସ୍ବାଇଁ, ଅନୁରାଧା ପାତ୍ର, ସୁସ୍ମିନି ପାଲଟାସିଂହ, ଡି ଭଗବାନ ରେଡ୍ଡୀ, ମହେଶ ଡୋରା, କୃଷ୍ଣଚନ୍ଦ୍ର ମହାରଣା, ସୋମାଲିନା, ମଧୁପ୍ରୀୟା, ନ୍ୟାସା, କ୍ରିଷ୍ଣା ଶିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର