ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ତରଫରୁ ଉତ୍କଳ କରାଟେ ବିଦ୍ୟାଳୟରେ ଚାଲିଥିବା ଆତ୍ମରକ୍ଷା ପ୍ରଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୮୦ ଜଣ ଛାତ୍ରଛାତ୍ରୀ ସଫଳତା ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଉତ୍କଳ କରାଟେ ବିଦ୍ୟାଳୟର ପ୍ରତିଷ୍ଠାତା ଡକ୍ଟର ହରିପ୍ରସାଦ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏହି ଶିବିର ପରିଚାଳିତ ହୋଇଥିଲା। ରବିବାର ଆୟୋଜିତ ସମାବର୍ତନ ଉତ୍ସବରେ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଶାନ୍ତ କୁମାର ଦାସ, ଏଏସ୍ଓ ପ୍ରଗତୀ ବାଗ ଏବଂ ଡକ୍ଟର ହରିପ୍ରସାଦଙ୍କ ଉପସ୍ଥିତିରେ ପ୍ରଶିକ୍ଷାର୍ଥୀଙ୍କୁ ଉତ୍ତୀର୍ଣ୍ଣ ପ୍ରମାଣପତ୍ର ସହ ରିଆକ୍ଟ ବହି ପ୍ରଦାନ କରାଯାଇଥିଲା।
ଆତ୍ମରକ୍ଷା ପ୍ରଶିକ୍ଷକ ପ୍ରଶିକ୍ଷଣରେ ୮୦ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ
/sambad/media/post_attachments/wp-content/uploads/2018/03/2nd-batch-self-defence-master-training-at-Utkal-Karate-School-Bhubaneswar.jpg)