ଆତ୍ମରକ୍ଷା ପ୍ରଶିକ୍ଷକ ପ୍ରଶିକ୍ଷଣରେ ୬୮ ଛାତ୍ରୀ ଉତୀର୍ଣ୍ଣ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ତରଫରୁ ଉତ୍କଳ କରାଟେ ବିଦ୍ୟାଳୟ ଦ୍ୱାରା ଆୟୋଜିତ ପ୍ରଥମ ବ୍ୟାଚ୍‌ ଆତ୍ମରକ୍ଷା ପ୍ରଶିକ୍ଷକ ପ୍ରଶିକ୍ଷଣରେ ୬୮ ଛାତ୍ରୀ ସଫଳତା ସହ ଉତୀର୍ଣ୍ଣ ହୋଇଛନ୍ତି। ଏହି ପ୍ରଶିକ୍ଷଣ ଶିବିର ହରିପ୍ରସାଦ ପଟ୍ଟନାୟକଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା। ସୋମବାର ଅନୁଷ୍ଠିତ ସମାବର୍ତନ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ଶୁଭଶ୍ରୀ ନନ୍ଦ ଅତିଥି ଭାବେ ଯୋଗ ଦେଇ କୃତୀ ଛାତ୍ରୀମାନଙ୍କୁ ମାନପତ୍ର ଏବଂ ରିଆକ୍ଟ ବହି ପ୍ରଦାନ କରିଥିଲେ। ଏହି ଉତ୍ସବରେ ଶ୍ରୀ ପଟ୍ଟନାୟକଙ୍କ ସମେତ ସମସ୍ତ ପ୍ରଶିକ୍ଷକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର