ଜାତୀୟ ବରିଷ୍ଠ ବାସ୍କେଟ୍‌ବଲ୍‌ ଲାଗି ଓଡ଼ିଶା ଦଳ

ଭୁବନେଶ୍ୱର: ତାମିଲନାଡୁର ଚେନ୍ନାଇଠାରେ ଆୟୋଜିତ ହେବାକୁ ଥିବା ୬୮ତମ ଜାତୀୟ ବରିଷ୍ଠ ପୁରୁଷ ବାସ୍କେଟବଲ୍‌ ପ୍ରତିଯୋଗିତା ଲାଗି ମଙ୍ଗଳବାର ଓଡ଼ିଶା ପୁରୁଷ ଓ ମହିଳା ଦଳ ଘୋଷିତ ହୋଇଛି। ଆସନ୍ତା ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତା ଲାଗି ପ୍ରଶାନ୍ତ ନାୟକ ମହିଳା ଏବଂ ବିଜୟ କୁମାର ମହାପାତ୍ର ପୁରୁଷ ଦଳର ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଦଳ: ପୁରୁଷ-ଅଶୋକ କୁମାର ନାୟକ, ଶଶିକାନ୍ତ ମହାନ୍ତି, ସୁମନ ସାହୁ, ଲଗ୍ନଜିତ ବାରିକ, ଚିରଞ୍ଜୀତ କରଣ, କେ ଶ୍ରବଣ କୁମାର, ଜି ସାଇ ରୋଶନ, ସାଫଲ୍ୟ ପାତ୍ର, ଅଲେଖ ଲାକ୍ରା, ସାହିଦ ଖାନ୍‌, ଅମିତ କୁମାର ଶର୍ମା, ଗୌତମ ମହାପାତ୍ର। ପ୍ରଶିକ୍ଷକ-ବିଜୟ କୁମାର ମହାପାତ୍ର। ପ୍ରବନ୍ଧକ-ଅମୀୟ ମହାପାତ୍ର। ମହିଳା-ସତ୍ୟଶୋଭନା ପଟ୍ଟନାୟକ, ସର୍ମିଷ୍ଟା ପଣ୍ଡା, ସୋନାଲି ଦାସ, ପୁଷ୍ପାଞ୍ଜଳି ପ୍ରଧାନ, ଦୀପ୍ତିରାଣୀ ସାହୁ, ପଦ୍ମାବତୀ ହାତି, ଡି ପଲଭ, ଶିବାନୀ ନାୟକ, ସରସ୍ୱତୀ ବେହେରା, ଲିପ୍ରାମୟୀ ଶତପଥୀ, ରାଜଶ୍ରୀ ସ୍ୱାଇଁ, ଆଥ୍ରେନ୍‌ କୁଜୁର। ପ୍ରଶିକ୍ଷକ:ପ୍ରଶାନ୍ତ ନାୟକ।

ସମ୍ବନ୍ଧିତ ଖବର