କଟକ: ଅଷ୍ଟାଦଶ ଜାତୀୟ ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠ ସ୍କୋଏ ମାର୍ଶାଲ ଆର୍ଟ ପ୍ରତିଯୋଗିତା ଡିସେମ୍ବର ୨୭ରୁ ୨୯ତାରିଖ ପର୍ଯ୍ୟନ୍ତ ଗୋଆର ମାଡଗାଓଁଠାରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପାଇଁ ଓଡ଼ିଶାର ବରିଷ୍ଠ ସ୍କୋଏ ମାର୍ଶାଲ ଆର୍ଟର ପୁରୁଷ ବର୍ଗର ୮ଜଣିଆ ଦଳ ଗୋଆ ଯାତ୍ରା କରିଛନ୍ତି। ଦଳରେ ସନାତନ ଲିମା, ସୁପକ କୁମାର ସାହୁ, ସୋମନାଥ ବାଲମୁଣ୍ଡି, କୃଷ୍ଣଚନ୍ଦ୍ର କର୍ଜୀ, ରାଜେନ୍ଦ୍ର ପ୍ରଧାନ, ଭୀମ ରାଇତା, ପ୍ରଣବ କୁମାର ପ୍ରଧାନ, ଏମ୍. ଗିରିଶ ଚନ୍ଦ୍ର ଆଚାର୍ଯ୍ୟ ରହିଥିବା ବେଳେ ପ୍ରଶିକ୍ଷକ ଭାବେ ରାଜକୁମାର ଲିମା ରବିବାର ଭୁବନେଶ୍ୱରରୁ ଗୋଆ ଯାତ୍ରା କରିଛନ୍ତି। ଓଡ଼ିଶା ରାଜ୍ୟ ସ୍ଲୋଏ ମାର୍ଶାଲ ଆର୍ଟ ସଂଘ ସଂପାଦକ ଶେଖ୍ ସଲ୍ଲାଉଦ୍ଦିନ୍ ଓ କୋଷାଧ୍ୟକ୍ଷ ସୁଶାନ୍ତ କୁମାର ସିହ୍ନା ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ବରିଷ୍ଠ ସ୍କୋଏ ମାର୍ଶାଲ ଆର୍ଟ ଦଳର ଗୋଆ ଯାତ୍ରା
/sambad/media/post_attachments/wp-content/uploads/2017/12/marshal-groupe.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)