ଫିଫା ବିଶ୍ୱକପ୍‌: କ୍ୟାପଟେନ୍‌ଙ୍କ କିକ୍‌ ବଳରେ କୋଷ୍ଟାରିକା ପରାସ୍ତ କଲା ସର୍ବିଆ ୧-୦ରେ ବିଜୟୀ

ସମାରା (ରୁଷିଆ): ଆଠ ବର୍ଷ ପରେ ବିଶ୍ୱକପ୍‌ରେ ପାଦ ରଖିଥିବା ସର୍ବିଆ ଟିମ୍‌ର ଅଧିନାୟକ ଆଲେକଜାଣ୍ଡର କୋଲାରୋବଙ୍କ ଦ୍ୱାରା ଫ୍ରି କିକ୍‌ ଯୋଗୁଁ ରବିବାର କୋଷ୍ଟାରିକା ପରାସ୍ତ ହୋଇଛି। ୨୧ତମ ଫିଫା ବିଶ୍ୱକପ୍‌ର ସମାରା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ସର୍ବିଆ ୧-୦ଗୋଲରେ କୋଷ୍ଟାରିକା ବିପକ୍ଷରେ ମ୍ୟାଚ ଜିତିଛି।

‘ଗ୍ରୁପ-ଇ’ର ଏହି ମ୍ୟାଚ୍‌ରେ କୋଷ୍ଟାରିକାକୁ ସର୍ବିଆ ଟିମ୍‌କୁ ପ୍ରଭାବଶାଳୀ ଦେଖାଯାଇଥିଲା। ସର୍ବିଆକୁ ଡିଫେନସ୍‌ ଭେଦି ପାରି ନଥିଲେ ଓ ଏହି କାରଣରୁ ଏହି କାରଣରୁ ଗୋଟିଏ ବି ଗୋଲ ଦେଇ ପାରି ନଥିଲେ।

ମ୍ୟାଚ୍‌ର ଆରମ୍ଭରେ ଉଭୟ ଟିମ୍‌ ଜଣେ-ଅନ୍ୟକୁ କଡ଼ା ମୁକାବିଲା କରିଥିଲେ। ୧୧ତମ ମିନିଟରେ କୋଷ୍ଟାରିକାକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା ଓ ଗୁଜମାନ ଫୁଟବଲ୍‌କୁ କିକ୍‌ ମାରିଥିଲେ ଓ ଗୋଞ୍ଜାଲେଜ ହେଡର ମାରି ଏହାକୁ ସର୍ବିଆ ଗୋଲ ପୋଷ୍ଟ ପର୍ଯ୍ୟନ୍ତ ପହଞ୍ଚାଇ ଥିଲେ କିନ୍ତୁ ଫୁଟ୍‌ବଲ ନେଟ୍‌ ଉପରେ ଚାଲି ଯାଇଥିଲା। ଏହା ପରେ ୧୩ତମ ମିନିଟ୍‌ରେ ସର୍ବିଆର ଖେଳାଳି ମିତ୍ରୋବିକ ବଡ ସର୍ଟ ଖେଳି କୋଷ୍ଟାରିକାର ଗୋଲ ପୋଷ୍ଟ ପର୍ଯ୍ୟନ୍ତ ଫୁଟବଲକୁ ପହଞ୍ଚାଇବାକୁ ଉଦ୍ୟମ କରିଥିଲେ କିନ୍ତୁ କେ ନବାସ ଏହାକୁ ସୁରକ୍ଷା ଦେଇଥିଲେ। ଉଭୟ ଟିମ୍‌ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଦେଖାଯାଇଥିଲା। ଫଳରେ ଗୋଲ ହେବାର ସହଜ ନଥିଲା।

ସମ୍ବନ୍ଧିତ ଖବର