ଇଣ୍ଡିଆନ୍‌ େଓ୍ଵଲ୍ସ: ମାତୃତୃ ଲାଗି ୧୫ ମାସ ଟେନିସ୍‌ଠୁ ଦୁରେଇ ରହିଥିବା ଆମେରିକା ଲଳନା ସେରେନା ଓ୍ଵିଲିୟମ୍ସ ଶୁକ୍ରବାର ଡବ୍ଲୁଟିଏ ଟେନିସ୍‌ ପ୍ରତିଯୋଗିତାକୁ ସଫଳ ପ୍ରତ୍ୟାବର୍ତନ କରିଛନ୍ତି। ଏହି ଫେରନ୍ତା ମ୍ୟାଚ୍‌ରେ ସେରେନା ବିଜୟ ପାଇଛନ୍ତି। ଶୁକ୍ରବାର ଇଣ୍ଡିଆନ୍‌ େଓ୍ଵଲ୍ସର ମହିଳା ଏକକ ମ୍ୟାଚ୍‌ରେ ସେ ୭-୫, ୬-୩ ସିଧାସଳଖ ସେଟ୍‌ରେ ଜାରିନା ଦିଆସ୍‌ଙ୍କୁ ହରାଇଥିଲେ। ପରବର୍ତୀ ପର୍ଯ୍ୟାୟରେ ୨୩ଥର ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟିନୀ ୩୬ ବର୍ଷୀୟା ସେରେନା ୨୯ ମାନ୍ୟତା କିକି ବର୍ତନ୍‌ସଙ୍କୁ ଭେଟିବେ। ସୂଚନାଯୋଗ୍ୟ ବିଶ୍ୱ ମାନ୍ୟତାର ଶୀର୍ଷରେ ଥିବା ସେରେନା ମାତୃତ୍ୱ ଲାଗି ୨୦୧୭ ଅଷ୍ଟ୍ରେଲିଆନ୍‌ ଓପନ୍‌ ବିଜୟ ପରେ ଟେନିସ୍‌ରୁ ବିରତି ନେଇଥିଲେ। ଗତ ସେପ୍ଟମ୍ବରରେ ଏକ କନ୍ୟ ସନ୍ତାନ ଆଲେକ୍ସିସ୍‌ ଅଲିମ୍ପିଆଙ୍କୁ ଜନ୍ମ ଦେଇଥିଲେ। କିଛି ଦିନ ବିଶ୍ରାମ ପରେ ଡିସେମ୍ବରରେ ଆବୁଧାବିରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳିଥିଲେ ଏବଂ ଗତ ଫେବ୍ରୁଆରିରେ ଫେଡ୍‌କପ୍‌ ଯୁଗଳରେ ମ୍ୟାଚ୍‌ ଖେଳିଥିଲେ। କିଛି ଦିନ ତଳେ ନ୍ୟୁୟର୍କରେ ଆଉ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।