ନ୍ୟୁୟର୍କ : ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁଥିବା ଚଳିତ ବର୍ଷର ଶେଷ ଗ୍ରାଣ୍ଡ ସ୍ଲାମ୍ ପ୍ରତିଯୋଗିତା ୟୁଏସ୍ ଓପନ୍ର ବୁଧବାର ପ୍ରକାଶିତ ପ୍ରବେଶ ତାଲିକାରେ ଆମେରିକୀୟ ମହିଳା ସେରେନା ୱିଲିୟମ୍ସ ଏବଂ ଶୀର୍ଷ ମାନ୍ୟତାପ୍ରାପ୍ତ ପୁରୁଷ ଖେଳାଳି ନୋଭାକ ଜୋକୋଭିକ୍ ରହିଛନ୍ତି। ଗୋଟିଏ ବର୍ଷର ବ୍ୟବଧାନ ପରେ ଗତ ମାସରେ ସେରେନା ପ୍ରତିଯୋଗିତାମୂଳକ ଟେନିସକୁ ଫେରିଥିଲେ। ହେଲେ ଏହି ୨୩ ଗ୍ରାଣ୍ଡ ସ୍ଲାମ୍ ବିଜୟିନୀ ୱିମ୍ବଲଡନ୍ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ଶେଷ ଥର ଲାଗି ୨୦୨୦ ୟୁଏସ୍ ଓପନ୍ରେ ଖେଳିଥିବା ସେରେନା ସେମିଫାଇନାଲ୍ରେ ପହଞ୍ଚିଥିଲେ। ଗତ ମାସରେ ୱିମ୍ବଲଡନ୍ ମୁକୁଟ କରାୟତ୍ତ କରିଥିବା ଜୋକୋଭିକ କୋଭିଡ ଟିକା ନନେବା ଜିଦ୍ ଯୋଗୁଁ ୨୦୨୧ ୟୁଏସ୍ ଓପନ୍ରେ ଅଂଶଗ୍ରହଣ କରିପାରିନଥିଲେ। ଚଳିତ ବର୍ଷ କଟକଣା ଉଠିଯାଇଥିବାରୁ ସେ ଏହି ତାଲିକାରେ ସ୍ଥାନ ପାଇଛନ୍ତି।
ୟୁଏସ୍ ଓପନ୍ ପ୍ରବେଶ ତାଲିକାରେ ସେରେନା, ଜୋକୋଭିକ
/sambad/media/post_attachments/wp-content/uploads/2022/08/sarena.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)