ଚର୍ଚାରେ ସେରେନାଙ୍କ ଫୁଙ୍ଗୁଳା ଦେହ

ନ୍ୟୁୟର୍କ: ଆମେରିକୀୟ ଟେନିସ୍ ତାରକା ସେରେନା ୱିଲିୟମ୍ସଙ୍କୁ ବିବାଦ ପିଛା ଛାଡ଼ୁନି। ଚଳିତ ବର୍ଷର ୟୁଏସ୍ ଓପନ୍ ଅବସରରେ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରି ନିନ୍ଦିତ ହୋଇଥିବା ସେରେନା ଏବେ ଫୁଙ୍ଗୁଳା ଦେହରେ ସ୍ତନ କର୍କଟ ସଚେତନତା ସୃଷ୍ଟି କରି ତୀବ୍ର ସମାଲୋଚିତ ହୋଇଛନ୍ତି। ସେରେନା ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଥିବା ଏହି ସଚେତନତା ଭିଡିଓକୁ ତାଙ୍କ ପ୍ରଶଂସକମାନେ ବି ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ଭିଡିଓଟିରେ ସେରେନା ଖୋଲା ଦେହ ହୋଇଛନ୍ତି। ସେହିଭଳି ନିଜ ଦୁଇଟି ଯାକ ବକ୍ଷୋଜକୁ ଦୁଇ ହାତରେ ଧରି ଅଷ୍ଟ୍ରେଲୀୟ ବ୍ୟାଣ୍ଡ୍ ଦି ଡିଭିଲିନ୍ସର ୧୯୯୧ ମସିହା ହିଟ୍ ନମ୍ବର ‘ଆଇ ଟଚ୍ ମାଇଁ ସେଲ୍ଫ’ ଗାଉଥିବା ଦେଖିବାକୁ ମିଳୁଛି। ଡାକ୍ତରଖାନା ଯାଇ ପ୍ରଶିକ୍ଷିତ ଡାକ୍ତରଙ୍କ ଦ୍ବାରା ନିୟମିତ ନିଜର ଯାଞ୍ଚ କରିବା ଲାଗି ସେ ଏହି ଗୀତ ମାଧ୍ୟମରେ ବିଶ୍ବର ସମସ୍ତ ମହିଳାଙ୍କୁ ଆହ୍ବାନ କରିଛନ୍ତି। ହେଲେ ଏହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ସ୍ତନ କର୍କଟ ଲାଗି ସଚେତନତା ସୃଷ୍ଟି କରିବା ଏକ ମହତ ଉଦ୍ଦେଶ୍ୟ ହୋଇଥିଲେ ମଧ୍ୟ ସେରେନା ଯେଭଳି ଭ‌ାବେ ନିଜ ବାର୍ତା ଦେବାକୁ ଚେଷ୍ଟା କରିଛନ୍ତି, ତାହା ସାଧାରଣରେ ଝଡ଼ ସୃଷ୍ଟି କରିଛି। ଏହା ପୂର୍ବରୁ ୱିମ୍ବଲଡନ୍ ଓପନ୍ ଅବସରରେ ସେରେନା ପିନ୍ଧିଥିବା କଳା ବାଘୁଣୀ ପୋଷାକକୁ ନେଇ ବିବାଦ ଦେଖା ଦେଇଥିଲା।

ସମ୍ବନ୍ଧିତ ଖବର