ସେରେନା, ନାଦାଲ ଆଗେଇଲେ

ନ୍ୟୁୟର୍କ: ଚଳିତ ବର୍ଷର ଶେଷ ଗ୍ରାଣ୍ଡ୍‌ ସ୍ଲାମ୍‌ ୟୁଏସ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତାରେ ଶୀର୍ଷ ମାନ୍ୟତା ପୁରୁଷ ଖେଳାଳି ରାଫେଲ ନାଦାଲ ଏବଂ ପୂର୍ବତନ ଶୀର୍ଷ ମହିଳା ତାରକା ସେରେନା ଓ୍ଵିଲିୟମ୍ସ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଏମାନଙ୍କ ସହ ପୁରୁଷ ଏକକରେ ତୃତୀୟ ମାନ୍ୟତା ଜୁଆନ୍‌ ମାର୍ଟିନ୍‌ ଡେଲ୍‌ ପୋତ୍ରୋ ଓ ନବମ ମାନ୍ୟତା ଡୋମିନିକ୍‌ ଥିମ୍‌ ଏବଂ ମହିଳାରେ ତୃତୀୟ ମାନ୍ୟତା ସ୍ଲୋଆନେ ଷ୍ଟିଫେନ୍ସ, ପଞ୍ଚମ ମାନ୍ୟତା ପେତ୍ରା କ୍ୱିତୋଭା ଓ ଅଷ୍ଟମ ମାନ୍ୟତା କାରୋଲିନା ପ୍ଲିସ୍‌କୋଭା ନିଜ ନିଜ ମ୍ୟାଚ୍‌ ଜିତି ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ମ୍ୟାଚ୍‌ ୬-୩, ୩-୪ରେ ଥିଲା ବେଳେ ନାଦାଲ୍‌ଙ୍କ ପ୍ରତିଦ୍ୱନ୍ଦ୍ୱୀ ଡେଭିଡ୍‌ ଫେରର୍‌ ଓହରି ଯାଇଥିଲେ। ଡେଲ୍‌ ପୋତ୍ରୋ ୬-୦, ୬-୩, ୬-୪ରେ ଡୋନାଲ୍ଡ ୟଙ୍ଗ୍‌ଙ୍କୁ ଏବଂ ଥିମ୍‌ ୬-୩, ୬-୧, ୬-୪ରେ ମିର୍ଜା ବାସିକ୍‌ଙ୍କୁ ହରାଇଥିଲେ। ମହିଳା ଏକକରେ ସେରେନା ୬-୪, ୬-୦ ସେଟ୍‌ରେ ମାଗ୍‌ଦା ଲିନେଟିଙ୍କୁ, ଷ୍ଟିଫେନ୍ସ ୬-୧, ୭-୫ରେ ଏଭ୍‌ଗେନିଆ ରୋଦିନାଙ୍କୁ, କ୍ୱେତୋଭା ୬-୧, ୬-୪ରେ ୟାନିନା ଓ୍ଵିକ୍‌ମେୟରଙ୍କୁ ଏବଂ ପ୍ଲିସ୍‌କୋଭା ୬-୪, ୭-୬ରେ ଜାରିନା ଦିୟାଜ୍‌ଙ୍କୁ ପରାସ୍ତ କରିଥିଲେ। ସୋମବାର ପ୍ରଥମ ଦିନରେ ମହିଳା ଏକକରେ ଶୀର୍ଶ ମାନ୍ୟତାପ୍ରାପ୍ତ ସିମୋନା ହୋଲେପ ୬-୨, ୬-୪ ଇସ୍ତୋନିଆର କାଇଆ କାନେପିଙ୍କଠୁ ହାରି ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର