ପ୍ୟାରିସ୍: କୀର୍ତିମାନ ସମକକ୍ଷ ୨୪ ଗ୍ରାଣ୍ଡ୍ ସ୍ଲାମ୍ ଲକ୍ଷ୍ୟରେ ରହିଥିବା ଆମେରିକୀୟ ମହିଳା ସେରେନା ୱିଲିୟମ୍ସ ଚଳିତ ଫ୍ରେଞ୍ଚ୍ ଓପନ୍ରେ ପ୍ରଥମ ପାଦ ଆଗକୁ ବଢ଼ାଇଛନ୍ତି। ସୋମବାର ମହିଳା ଏକକ ପ୍ରଥମ ରାଉଣ୍ଡ୍ରେ ରୁଷିଆର ଭିଟାଲିଆ ଡିଆଚେଙ୍କୋଙ୍କ ବିପକ୍ଷରେ ଅବଶ୍ୟ ଜିତିବା ପାଇଁ ଦଶମ ମାନ୍ୟତା ସେରେନାଙ୍କୁ କଷ୍ଟ କରିବାକୁ ପଡ଼ିଥିଲା। ସେ ପ୍ରଥମ ସେଟ୍କୁ ୨-୬ରେ ହାରିବା ପରେ ପରବର୍ତୀ ଦୁଇ ସେଟ୍କୁ ୬-୧ ଓ ୬-୦ରେ ଜିତି ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶୀର୍ଷ ମାନ୍ୟତା ନାଓମୀ ଓସାକା, ତୃତୀୟ ମାନ୍ୟତା ସିମୋନା ହାଲେପ୍, ଚତୁର୍ଦଶ ମାନ୍ୟତା ମାଡିସନ୍ କେୟସ ମଧ୍ୟ ନିଜ ନିଜର ପ୍ରଥମ ରାଉଣ୍ଡ୍ ଅତିକ୍ରମ କରିଛନ୍ତି।
ଅନ୍ୟପକ୍ଷରେ ପୁରୁଷ ଏକକରେ ସର୍ବିଆ ତାରକା ନୋଭାକ୍ ଜୋକୋଭିକ୍, ଆର୍ଜେଣ୍ଟିନାର ଜୁଆନ୍ ମାର୍ଟିନ୍ ଡେଲ୍ପୋଟ୍ରୋ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଦ୍ବିତୀୟ ଥର ପାଇଁ ଫ୍ରେଞ୍ଚ୍ ଓପନ୍ ଟ୍ରଫି ଜିତିବା ଲକ୍ଷ୍ୟରେ ରହିଥିବା ଶୀର୍ଷ ମାନ୍ୟତା ଜୋଭୋଭିକ୍ ସିଧାସଳଖ ୬-୪, ୬-୨ ଓ ୬-୨ ସେଟ୍ରେ ପୋଲାଣ୍ଡ୍ର ହୁବର୍ଟ ହର୍କାଜ୍ଙ୍କୁ ପରାସ୍ତ କରି ଦ୍ବିତୀୟ ରାଉଣ୍ଡ୍ ପ୍ରବେଶ କରିଥିଲା ବେଳେ ଅଷ୍ଟମ ମାନ୍ୟତା ଡେଲ୍ପୋଟ୍ରୋ ସାମାନ୍ୟ କଷ୍ଟକରି ୩-୬, ୬-୨, ୬-୧ ଓ ୬-୪ ସେଟ୍ରେ ଚିଲିର ନିକୋଲାସ୍ ଜାରିଙ୍କୁ ପରାସ୍ତ କରି ଦ୍ବିତୀୟ ରାଉଣ୍ଡ୍ ସ୍ଥାନ ପକ୍କା କରିଛନ୍ତି। ଅନ୍ୟ ପ୍ରମୁଖ ପୁରୁଷ ଖେଳାଳିଙ୍କ ମଧ୍ୟରେ ଚତୁର୍ଥ ମାନ୍ୟତା ଡୋମିନିକ୍ ଥିମ୍, ପଞ୍ଚମ ମାନ୍ୟତା ଆଲେକ୍ଜାଣ୍ଡର ଭେରେଭ୍, ନବମ ମାନ୍ୟତା ଫାବିଓ ଫୋଗ୍ନିନି, ଅଷ୍ଟାଦଶ ମାନ୍ୟତା ରବର୍ଟ ବତିସ୍ତା ଅଗୁଟ୍ ମଧ୍ୟ କଷ୍ଟେମଷ୍ଟେ ପ୍ରଥମ ରାଉଣ୍ଡ୍ ଅତିକ୍ରମ କରିଛନ୍ତି।
ସେରେନା, ଜୋକୋଭିକ୍ ଆଗେଇଲେ
/sambad/media/post_attachments/wp-content/uploads/2019/05/Serena-Williams-of-the-United-States-reacts-during-her-ladies-singles-first-round-match-against-Vitalia-Diatchenko-of-Russia..jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)