ଗୁଆହାଟୀ: ଅତିରିକ୍ତ ସମୟରେ ଅଭିଷେକ ପାୱରଙ୍କ ଗୋଲ୍ରେ ସର୍ଭିସେସ୍ ଜାତୀୟ ଫୁଟ୍ବଲ୍ ପ୍ରତିଯୋଗିତା ‘ସନ୍ତେଷ ଟ୍ରଫି’ରେ ଅଷ୍ଟମ ଥର ବିଜେତା ହେବାର ଗୌରବ ଅର୍ଜନ କରିଛି। ରବିବାର ଆସାମର ଢାକୁଆଖାନା ଫୁଟ୍ବଲ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ଫାଇନାଲ୍ରେ ସର୍ଭିସେସ୍ ୧-୦ ଗୋଲ୍ରେ ୭ ଥରର ବିଜେତା କେରଳକୁ ମାତ୍ ଦେଇଛି। ମ୍ୟାଚ୍ର ନିର୍ଦ୍ଧାରିତ ସମୟ ଗୋଲ୍ଶୂନ୍ୟରେ ଶେଷ ହୋଇଥିଲା।
ଆହୁରି ପଢ଼ନ୍ତୁ: Pax Silica: ପାକ୍ସ ସିଲିକାରେ ଯୋଗଦେବାକୁ ଭାରତକୁ ନିମନ୍ତ୍ରଣ କଲା ଆମେରିକା
ଫଳାଫଳ ଲାଗି ଖେଳାଯାଇଥିବା ଅତିରିକ୍ତ ସମୟରେ ଅଭିଷେକ ଗୋଲ୍ ଦେଇ ଏହି ପ୍ରତିଯୋଗିତାରେ ବ୍ୟକ୍ତିଗତ ଭାବେ ୭ ଗୋଲ୍ ଦେବାର ଗୌରବ ପାଇବା ସହ ଦଳକୁ ଟ୍ରଫି ଭେଟି ଦେଇଥିଲେ। ଗତ ଥର ଫାଇନାଲ୍ରେ ପଶ୍ଚିମବଙ୍ଗଠୁ ପେନାଲ୍ଟିରେ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା କେରଳ। ଏଥର ଅତିରିକ୍ତ ସମୟରେ ପରାସ୍ତ ହୋଇ ଲଗାତାର ଅଳ୍ପକେ ଟ୍ରଫି ହାତଛଡ଼ା କରିଛି। ସେମିଫାଇନାଲ୍ରେ ସର୍ଭିସେସ୍ ୨-୦ରେ ରେଳବାଇକୁ ଏବଂ କେରଳ ୪-୦ରେ ପଞ୍ଜାବକୁ ହରାଇ ଫାଇନାଲ୍ରେ ପହଞ୍ଚିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/08/santosh-2026-02-08-17-24-51.jpeg)