ସର୍ଭିସେସ୍‌ ୧୮୩/୪, ଓଡ଼ିଶା ପଛୁଆ

ରଣଜୀ ଟ୍ରଫି

କଟକ: ଦିଲ୍ଲୀର ପାଲମସ୍ଥିତ ଏୟାରଫୋର୍ସ କମ୍ପ୍ଲେକ୍ସ ପଡ଼ିଆରେ ଚାଲିଥିବା ରଣଜୀ ଟ୍ରଫିରେ ଓଡ଼ିଶା ବିପକ୍ଷରେ ସର୍ଭିସେସ୍‌ ପ୍ରଥମ ପାଳିରେ ୪ ୱିକେଟ୍‌ ହରାଇ ୧୮୩ ରନ୍‌ କରିଛି। ଏଥି ସହିତ ଦ୍ବିତୀୟ ଦିବସ ଶେଷରେ ଘରୋଇ ଦଳ ୬ ୱିକେଟ୍‌ ହାତରେ ରଖି ୬ ରନ୍‌ର ଅଗ୍ରଣୀ ପାଇଛି। ନଭ୍‌ନୀତ ସି˚ହ ଓ ରବି ଚୌହାନ ପ୍ରଥମ ଵିକେଟରେ ୮୭ ରନ୍‌ ଯୋଡ଼ି ଦୃଢ ମୂଳଦୁଆ ପକାଇଥିଲେ। ରବି (୪୮) ଅଳ୍ପକେ ଅର୍ଧଶତକରୁ ବଞ୍ଚିତ ହୋଇଥିଲା ବେଳେ ଅନୁରାଗ ଷଡ଼ଙ୍ଗୀ ଏହି ଯୋଡ଼ି ଭାଙ୍ଗିଥିଲେ। ଅର୍ଧଶତକ ଅର୍ଜନ କରିଥିବା ନଭନୀତଙ୍କୁ ୬୪ ରନ୍‌ରେ ଅଭିଷେକ ରାଉତ ଆଉଟ୍‌ କରିଥିଲେ। ପଛକୁ ପଛ ମୋହିତ ଆହ୍ଲାଵତ ୨୫ ଓ ରାହୁଲ ସି˚ହ ୧୧ ରନ୍‌ରେ ଆଉଟ୍‌ ହୋଇଥିଲେ। ଆଗଧାଡ଼ିର କୌଣସି ବି ବୋଲର ସଫଳତା ପାଇନଥିଲା ବେଳେ ଅଭିଷେକ ୨, ଅନୁରାଗ ଓ ଗୋବିନ୍ଦ ପୋଦ୍ଦାର ଗୋଟିଏ ଲେଖାଏଁ ଵିକେଟ୍‌ ପାଇଥିଲେ। ଓଡ଼ିଶା ପ୍ରଥମ ପାଳିରେ ୧୭୭ ରନ୍‌ କରିଥିଲା।

ଓଡ଼ିଶା-ସର୍ଭିସେସ୍‌ ସ୍କୋର‌୍‌ କାର୍ଡ

ଓଡ଼ିଶା ପ୍ରଥମ ପାଳି: ୧୭୭
ସର୍ଭିସେସ୍‌ ପ୍ରଥମ ପାଳି:୧୮୩/୪
ନଭ୍‌ନୀତ୍‌ ସିଂହ-କ ଓ ବୋ-ଅଭିଷେକ-୬୪
ରବି ଚୌହାନ୍‌-କ-ଦେବାଶିଷ-ବୋ-ଅନୁରାଗ-୪୮
ମୋହିତ-ଷ୍ଟମ୍ପ୍‌-ରୋସନ୍‌-ବୋ-ଅଭିଷେକ-୨୫
ରଜତ ପାଲିୱାଲ-ଅପରାଜିତ-୨୨
ରାହୁଲ୍‌ ସିଂହ-ଏଲ୍‌ବି-‌େବା‌-ପୋଦାର-୧୧
ବିକାଶ ହାତ୍‌ୱାଲା-ଅପରାଜିତ-୦୯
ଅତିରିକ୍ତ- (ବା-୪) ୦୪
ମୋଟ-(୭୪ ଓଭର, ୪ ୱିକେଟ୍‌)-୧୮୩
ଵିକେଟ୍‌ ପତନ-୧/୮୭, ୨/୧୨୫, ୩/୧୫୩, ୪/୧୭୨।
ବୋଲି˚: ବସନ୍ତ ମହାନ୍ତି ୧୯-୬-୩୪-୦, ରାଜେଶ ମହାନ୍ତି ୧୩-୪-୩୫-୦, ଗୋବିନ୍ଦ ପୋଦାର ୯-୧-୨୮-୧, ସୂର୍ଯ୍ୟକାନ୍ତ ପ୍ରଧାନ ୭-୧-୧୭-୦, ଅନୁରାଗ ଷଡ଼ଙ୍ଗୀ ୭-୧-୧୩-୧, ଅଭିଷେକ ରାଉତ ୧୯-୪-୫୨-୨।

ସମ୍ବନ୍ଧିତ ଖବର