ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ମ୍ୟାଚ୍‌ ବିଜୟ ହାସଲ କରିଛନ୍ତି। ମାତ୍ର ଶ୍ରେଷ୍ଠ-୭ ଜଣିଆ ଅଧିନାୟକ ତାଲିକାରେ ସ୍ଥାନ ପାଇପାରି ନାହାନ୍ତି। ଏହି ତାଲିକାରେ ଅଷ୍ଟ୍ରେଲିଆର ଅନ୍ୟ ଜଣେ ପୂର୍ବତନ ଅଧିନାୟକ ଆଲାନ ବର୍ଡର ସାମିଲ ଅଛନ୍ତି। ଭାରତର ଦୁଇ ଜଣ ପୂର୍ବତନ ଅଧିନାୟକ ‘ମହେନ୍ଦ୍ର ସିଂହ ଧୋନି ଓ ମହମ୍ମଦ ଆଝାରୁଦ୍ଦୀନ’ ଦିନିକିଆ କ୍ରିକେଟରେ ସର୍ବାଧିକ ମ୍ୟାଚ୍‌ ବିଜୟ ହାସଲ କରିଥିବା ଅଧିନାୟକ ତାଲିକାରେ ସାମିଲ ଅଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ବିରାଟ କୋହଲି ଏବଂ ରୋହିତ ଶର୍ମା ଭଳି ଅଭିଜ୍ଞ ଓ ଲୋକପ୍ରିୟ କ୍ରିକେଟ ତାରକା ଏହି ତାଲିକାରେ ସ୍ଥାନ ପାଇପାରି ନାହାନ୍ତି। 

Advertisment

ସର୍ବାଧିକ ମ୍ୟାଚ ଜିତିଥିବା ଅଧିନାୟକ

  • ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଦିନିକିଆ କ୍ରିକେଟରେ ସର୍ବାଧିକ ମ୍ୟାଚ ବିଜୟ ହାସଲ କରିଛନ୍ତି। ସେ ୨୩୦ଟି ମ୍ୟାଚରେ ଅଧିନାୟକ ଥିଲେ। ଏଥିରୁ ସେ ନିଜ ଦଳକୁ ୧୬୫ଟି ମ୍ୟାଚ୍‌ରେ ବିଜୟ ଦେଇପାରିଛନ୍ତି। ପଣ୍ଟିଂଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ୨ ଥର (୨୦୦୩ ଓ ୨୦୦୭) ବିଶ୍ବକପ ଚାମ୍ପିଅନ ହୋଇଛି। 
  • ଶ୍ରେଷ୍ଠ-୭ ଅଧିନାୟକ ତାଲିକାର ଦ୍ବିତୀୟ ସ୍ଥାନରେ ଅଛନ୍ତି ମହେନ୍ଦ୍ର ସିଂହ ଧୋନି, ଯିଏକି ୧୧୦ଟି ମ୍ୟାଚ୍‌ ଜିତିଛନ୍ତି। ଧୋନୀ ୨୦୦ଟି ଦିନିକିଆ ମ୍ୟାଚରେ ଭାରତର ନେତୃତ୍ବ ନେଇଥିଲେ। ୨୦୧୧ ଓ ୨୦୧୩ ବିଶ୍ବକପରେ ତାଙ୍କର ନେତୃତ୍ବରେ ଭାରତୀୟ ଟିମ୍‌ ଚାମ୍ପିଅନ ହୋଇଥିଲା। 
  • ଆଲାନ ବର୍ଡର ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି, ଯିଏକି ୧୭୮ଟି ମ୍ୟାଚ୍‌ରୁ ୧୦୭ଟିରେ ବିଜୟ ହାସଲ କରିଛନ୍ତି। ବୋର୍ଡରଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ୧୯୮୭ ଦିନିକିଆ ବିଶ୍ବକପରେ ଚାମ୍ପିଅନ ହୋଇଥିଲା। 
  • ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ମ୍ୟାଚ ବିଜୟୀ ଶ୍ରେଷ୍ଠ ୭ ଅଧିନାୟକ ତାଲିକାର ଚତୁର୍ଥ ସ୍ଥାନରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ହାନସୀ କ୍ରୋନିଏ। ସେ ୧୩୮ଟି ମ୍ୟାଚରେ ଅଧିନାୟକ ଥିଲେ, ଯେଉଁଥିରୁ ୯୯ଟିରେ ବିଜୟ ହାସଲ କରିଥିଲେ। 
  • ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଷ୍ଟିଫେନ୍‌ ଫ୍ଲେମିଂ ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ମ୍ୟାଚ୍‌ ବିଜୟୀ ଶ୍ରେଷ୍ଠ-୭ ଅଧିନାୟକଙ୍କ ତାଲିକାର ପଞ୍ଚମ ସ୍ଥାନରେ ଅଛନ୍ତି। ସେ ୨୧୮ଟି ମ୍ୟାଚ୍‌ରେ ଅଧିନାୟକ ଥିଲେ। ଏଥିରୁ ୯୮ଟିରେ ବିଜୟ ହାସଲ କରିଥିଲେ। 
  • ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଗ୍ରେମ୍‌ ସ୍ମିଥ୍‌ ତାଲିକାର ଷଷ୍ଠ ସ୍ଥାନରେ ଅଛନ୍ତି, ଯିଏ ୧୫୦ରୁ ୯୨ଟି ମ୍ୟାଚ୍‌ରେ ନଜ ଦଳକୁ ଜିତାଇ ପାରିଥିଲେ।
  • ଦିନିକିଆ କ୍ରିକେଟ୍‌ରେ ସଫଳ ଅଧିନାୟକଙ୍କ ତାଲିକାର ସପ୍ତମ ସ୍ଥାନରେ ଅଛନ୍ତି ଭାରତର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦୀନ। ସେ ଭାରତ ପାଇଁ ୧୭୪ରୁ ୯୦ଟି ମ୍ୟାଚ୍‌ରେ ବିଜୟ ହାସଲ କରିଥିଲେ। 

Cricket | Sports | MS Dhoni