ଇନ୍ଦୋର: ଆନ୍ଧ୍ରପ୍ରଦେଶ ବିପକ୍ଷ ରଣଜୀ ମୁକାବିଲାରେ ମଧ୍ୟପ୍ରଦେଶ ଦ୍ବିତୀୟ ପାଳିରେ ବୃହତ୍ ବିପର୍ଯ୍ୟୟର ସାମ୍ନା କରିଛି। ୩୪୩ ରନ୍ର ବିଜୟ ଲକ୍ଷ୍ୟ ପିଛା କରିଥିବା ଏହି ଦଳ ଏକ ସମୟରେ ୩୫ ରନ୍ରେ ୩ ୱିକେଟ୍ ହରାଇଥିଲା। ହେଲେ ବିଜୟ କୁମାର (୮.୫-୩-୧୭-୩) ଏବଂ ଶଶିକିରଣ (୮-୪-୧୮-୬)ଙ୍କ ଘାତକ ବୋଲିଂ ଯୋଗୁଁ ମଧ୍ୟପ୍ରଦେଶ ଆଉ କୌଣସି ରନ୍ ଯୋଡ଼ିବାକୁ ସମର୍ଥ ନହୋଇ ଅବଶିଷ୍ଟ ୭ ୱିକେଟ୍ ହରାଇଥିଲା। ଫଳରେ ୩୫/୩ରୁ ଦଳ ୩୫/୧୦ରେ ପହଞ୍ଚି ଯାଇଥିଲା। ଶୂନ ରନ୍ରେ ୭ ୱିକେଟ୍ ହରାଇ ଲଜ୍ଜାକର ସ୍ଥିତି ପାଇଥିବା ମଧ୍ୟପ୍ରଦେଶ ଶେଷରେ ୩୦୭ ରନ୍ରେ ମ୍ୟାଚ୍ ହାରିଗଲା। ମଧ୍ୟପ୍ରଦେଶ ପକ୍ଷରୁ ଗୌରବ ଯାଦବ ରିଟାୟର୍ଡ ହର୍ଟ ହେବାରୁ ବ୍ୟାଟିଂ କରିବାକୁ ଆସି ନଥିଲେ। ପ୍ରଥମ ପାଳିରେ ଆନ୍ଧ୍ରପ୍ରଦେଶର ୧୩୨ ରନ୍ ଜବାବରେ ମଧ୍ୟପ୍ରଦେଶ ୯୧ ରନ୍ କରିଥିଲା। ଦ୍ବିତୀୟ ପାଳିରେ ଆନ୍ଧ୍ରପ୍ରଦେଶ ୩୦୧ ରନ୍ କରି ୩୪୩ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା। ଅନ୍ୟଏକ ମ୍ୟାଚ୍ରେ ତ୍ରିପୁରା ମଧ୍ୟ ୩୫ ରନ୍ରେ ପ୍ରଥମ ପାଳିରେ ୧୦ ୱିକେଟ୍ ହରାଇବା ପରେ ଦ୍ବିତୀୟ ପାଳିରେ ୧୦୬ ରନ୍ କରିଥିଲା। ଫଳରେ ଦଳ ରାଜସ୍ଥାନ (୨୧୮ ରନ୍) ନିକଟରୁ ପାଳି ଓ ୭୭ ରନ୍ରେ ପରାଜୟ ବରଣ କରିଥିଲା। ଉଭୟ ପାଳିରେ ତ୍ରିପୁରାର ମୋଟ ୧୧ ଜଣ ଖାତା ଖୋଲିବାକୁ ସମର୍ଥ ହୋଇନଥିଲେ।
ଶୂନରେ ୭ ୱିକେଟ୍: ମଧ୍ୟପ୍ରଦେଶ ୩୫ରେ ସଫା
ରଣଜୀ ଟ୍ରଫି:ଆନ୍ଧ୍ରପ୍ରଦେଶ ୩୦୭ ରନ୍ରେ ବିଜୟୀ
/sambad/media/post_attachments/wp-content/uploads/2019/01/ranji-trophy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)