ଆଇସଲାଣ୍ଡ୍‌ ଖେଳାଳିଙ୍କୁ ସମ୍ଭୋଗ ଅନୁମତି

ସମାରା:  ବିଶ୍ୱକପ୍‌ ଅବସରରେ ଆଇସଲାଣ୍ଡ ଖେଳାଳି ଯୌନ ସଂପର୍କ ରଖି ପାରିବେ। ଏଥିଲାଗି କିନ୍ତୁ ପ୍ରଶିକ୍ଷକ ହେମିର  ହାଲଗ୍ରିମସନ୍‌ ଏକ ସର୍ତ ରଖିଛନ୍ତି। ଶୁକ୍ରବାରର ନାଇଜେରିଆ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଖେଳାଳିମାନେ କେବଳ ନିଜ ପତ୍ନୀଙ୍କ ସହ ଶାରୀରିକ ସଂପର୍କ ରଖି ପାରିବେ ବୋଲି ସେ କହିଛନ୍ତି। ବିଶ୍ୱକପ୍‌ ସମୟରେ ସମ୍ଭୋଗ କରିବା ଉପରେ ବାସନ୍ଦାଦେଶ ଜାରି ହୋଇଛି ବୋଲି ଆଇସଲାଣ୍ଡ ଖେଳାଳି ଆରୋନ୍‌ ଗୁନାରସନ୍‌ ପୂର୍ବରୁ କହିଥିଲେ। ଏବେ କିନ୍ତୁ ହାଲଗ୍ରିମସନ୍‌ ତାଙ୍କ କଠୋର ନୀତି ନିୟମକୁ ଟିକିଏ କୋହଳ କରିଛନ୍ତି। ରୁଷିଆକୁ ପତ୍ନୀଙ୍କ ସହ ଯାଇଥିବା ଖେଳାଳିମାନେ ତାଙ୍କର ଏହି ନିଷ୍ପତ୍ତିରେ ଖୁସି ହୋଇଛନ୍ତି। ହେଲେ ପ୍ରେମିକାଙ୍କୁ ସାଙ୍ଗରେ ନେଇଥିବା ଖେଳାଳିମାନେ ମୁହଁ ଫୁଲାଇଛନ୍ତି।

ସମ୍ବନ୍ଧିତ ଖବର