ଭୁବନେଶ୍ୱର: ରାଷ୍ଟ୍ରୀୟ ବିଦ୍ୟାଳୟ କ୍ରୀଡ଼ା ମହାସଂଘ (ଏସ୍ଜିଏଫ୍ଆଇ) ଥ୍ରୋ ବଲ୍ ପ୍ରତିଯୋଗିତାର କ୍ୱାର୍ଟର୍ ଫାଇନାଲ୍ରେ ଓଡ଼ିଶା (ଉଭୟ ବାଳକ, ବାଳିକା ଦଳ) ପ୍ରବେଶ କରିଛି। ବାଳିକା ଦଳ ଲକ୍ଷାଦୀପ ଓ ଗୁଜରାଟକୁ ଏବଂ ବାଳକ ଦଳ ଉତ୍ତର ପ୍ରଦେଶକୁ ହରାଇଥିଲା। ସଫଳତା ପାଇଁ ପ୍ରବନ୍ଧକ ରଂଜନ ସୁତାର, ବାଳକ ଦଳର ପ୍ରଶିକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ ଏବଂ ବାଳିକା ଦଳର ପ୍ରଶିକ୍ଷିକା ରଜନୀ ରାଣୀ ନନ୍ଦ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp