ଏସ୍‌ଜିଏଫ୍‌ଆଇ ଥ୍ରୋ ବଲ୍‌ ଲାଗି ଓଡ଼ିଶା ଦଳ

ଭୁବନେଶ୍ୱର: ରାଷ୍ଟ୍ରୀୟ ବିଦ୍ୟାଳୟ କ୍ରୀଡ଼ା ମହାସଂଘ (ଏସଜିଏଫଆଇ)ର ଥ୍ରୋ ବଲ୍‌ ପ୍ରତିଯୋଗିତା ଚଳିତ ନଭେମ୍ବର ୧୬ରୁ ୨୦ ପର୍ଯ୍ୟନ୍ତ ଛତିଶଗଡ଼ର ଜଗଦଲପୁର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଲାଗି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ୧୭ ବର୍ଷରୁ କମ୍‌ ଦଳ ମଙ୍ଗଳବାର ସେଠାକୁ ଯାତ୍ରା କରିଛି। ଅଲେଖ ଚନ୍ଦ୍ର ବଳିଆରସିଂହ ଦଳର ପ୍ରବନ୍ଧକ ଥିଲା ବେଳେ ଆଲାମ ମହମ୍ମଦ ଓ ପ୍ରିୟମ୍ବଦା ଜେନା ପ୍ରଶିକ୍ଷକ ଅଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦର ସହ ନିର୍ଦେଶକ ପ୍ରଭାକର ମଙ୍ଗରାଜ, ଓଡ଼ିଶା ଥ୍ରୋ ବଲ୍‌ ସଂଘର ସଭାପତି ଭୂପିନ୍ଦର ସିଂହ, ସଂପାଦକ ଜିତେନ୍ଦ୍ର ନାଥ ଦାସ, ସହ ସଂପାଦକ ଯଶୋବନ୍ଦ ପରମଗୁରୁ ଓ କାର୍ଯ୍ୟକାରୀ ସଭାପତି ସଚିକାନ୍ତ ପଟ୍ଟନାୟକ ଖେଳାଳିମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ଓଡ଼ିଶା ଦଳ: ବାଳକ-ବିଶ୍ୱଜିତ ପଲାଇ, ଜ୍ଞାନ ରଂଜନ ସ୍ୱାଇଁ, ଆର ସନ୍ତୋଷ ରେଡ୍ଡୀ, ଡି, ନାଗ ରେଡ୍ଡୀ, ସତ୍ୟବ୍ରତ ମହାପାତ୍ର, ସ୍ୱାଭିମାନ ବେହେରା, ଶକ୍ତି ସ୍ୱାଗତ ପଟ୍ଟନାୟକ, ଶୁଭ୍ରାଂଶୁ ଶେଖର ରାଉତ, କୁଲଦୀପ ସାମନ୍ତ, ରୁଦ୍ରାଂଶୁ କଶ୍ୟପ ପାଣିଶ୍ରାହୀ, ଆରାମ ନାୟକ, ରାକେଶ କୁମାର ନାୟକ। ବାଳିକା- ଶ୍ରେୟା ପାଇକରାୟ, ଶ୍ୱାତୀ ସମୃଦ୍ଧି ସାହୁ, ଶୁଭଶ୍ରୀ ଦାସ, ଅତ୍ୟୁଶା ପ୍ରଧାନ, ମିତାଞ୍ଜଳି ମହାରଣା, ଫରନାମ ଫିରଦୋସ, ବିଶ୍ୱପ୍ରଭା ସାହୁ, ମାମା ମୁର୍ମୁ, ରାମେଶ୍ୱରୀ ଦେବତା, ସୋନାଲି ବେହେରା, ଦୀପ୍ତିରାଣୀ ନାଗ।

ସମ୍ବନ୍ଧିତ ଖବର