ବ୍ରହ୍ମପୁର: ତାମିଲନାଡ଼ୁରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ଭାରୋତ୍ତୋଳନରେ ଓଡ଼ିଶା ଗତ ୨ ଦିନରେ ୨ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ସହ ୫ ପଦକ ମିଳିଛି। ଉଦୀୟମାନ ତାରକା ଜ୍ୟୋତ୍ସ୍ନା ଶବର ବାଳିକା ୪୦ କେଜିରେ ଜାତୀୟ କୀର୍ତ୍ତିମାନ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସ୍ନାଚ୍ରେ ୬୦ କେଜି ଭାରୋତ୍ତୋଳନ କରି ଜାତୀୟ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ସେ କ୍ଲିନ୍ ଆଣ୍ଡ ଜର୍କରେ ୭୦ କେଜି ମୋଟ ୧୩୦ କେଜି ଭାରୋତ୍ତୋଳନ କରିଥିଲେ। ଏହି ବର୍ଗରେ ଅନ୍ୟ ଜଣେ ଓଡ଼ିଆ ପ୍ରୀତିସ୍ମିତା ଭୋଇ ୫୨ କେଜି ସ୍ନାଚ୍, ୬୪ କେଜି କ୍ଲିନ୍ ଆଣ୍ଡ ଜର୍କ ମୋଟ ୧୧୬ କେଜି ଭାରୋତ୍ତୋଳନ କରି କାଂସ୍ୟପଦକ ଲାଭ କରିଛନ୍ତି। ସେହିପରି ବାଳିକା ୫୫କେଜି ବର୍ଗରେ ମୀନା ସାନ୍ତା ରୌପ୍ୟ ହାସଲ କରିଛନ୍ତି।
ସେ ୭୫ କେଜି ସ୍ନାଚ୍, ୯୬ କେଜି କ୍ଲିନ୍ ଆଣ୍ଡ ଜର୍କ ମୋଟ ୧୭୧ କେଜି ଭାରୋତ୍ତୋଳନ କରିଥିଲେ। ବାଳକ ୬୧ କେଜିରେ ସଦାନନ୍ଦ ବରିହା ସ୍ବର୍ଣ୍ଣ ହାସଲ କରିଛନ୍ତି।। ସେ ୧୦୭ କେଜି ସ୍ନାଚ୍, ୧୩୫ କେଜି କ୍ଲିନ୍ ଆଣ୍ଡ ଜର୍କ ମୋଟ ୨୪୨ କେଜି ଭାରୋତ୍ତୋଳନ କରିଥିଲେ। ୬୭ କେଜି ବାଳକରେ ଦୀପକ ପ୍ରଧାନ କାଂସ୍ୟ ପାଇଛନ୍ତି। ସେ ୧୦୮ କେଜି ସ୍ନାଚ୍, ୧୩୪ କେଜି କ୍ଲିନ୍ ଆଣ୍ଡ ଜର୍କ ମୋଟ ୨୪୨ କେଜି ଭାରୋତ୍ତୋଳନ କରି ଏହି ସଫଳତା ପାଇଛନ୍ତି। ଭାରୋତ୍ତୋଳନରେ ଓଡ଼ିଶାର ମୋଟ ୧୪ ଜଣ ପ୍ରତିଯୋଗୀ ଏବଂ ୨ ଜଣ ଅଫିସିଆଲ୍ ଯୋଗ ଦେଇଥିବା ନେଇ ରାଜ୍ୟ ଭାରୋତ୍ତୋଳନ ସଂଘ ସମ୍ପାଦକ କେ ରବି କୁମାର ପ୍ରକାଶ କରିଛନ୍ତି।