ଭୁବନେଶ୍ବର: ଭୁଟାନ୍ର ଥିମ୍ପୁଠାରେ ଚାଲିଥିବା ୧୮ ବର୍ଷରୁ କମ୍ ସାଫ୍ (ଦକ୍ଷିଣ ଏସୀୟ ଫୁଟ୍ବଲ୍ ସଂଘ) ଚାମ୍ପିଅନ୍ସିପ୍ରେ ଓଡ଼ିଆ ଝିଅ ଜବାମଣି ଟୁଡୁଙ୍କ ନେତୃତ୍ବାଧୀନ ଭାରତୀୟ ଦଳ କାଂସ୍ୟ ପଦକ ଜିତିଛି। ରବିବାର ତୃତୀୟ ସ୍ଥାନ ପାଇଁ ହୋଇଥିବା ମୁକାବିଲାରେ ଭାରତ ୧-୦ ଗୋଲରେ ଆୟୋଜକ ଭୁଟାନକୁ ହରାଇ ଦେଇଥିଲା। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍ରେ ଏକମାତ୍ର ଗୋଲଟି ୭୩ତମ ମିନିଟରେ ଦେଇଥିଲେ ଦେବନୀତା ରୟ। ଏହି ଗୋଲଟି ହିଁ ଦୁଇ ଦଳ ମଧ୍ୟରେ ଫରକ ପକାଇଥିଲା। ୧୧ତମ ମିନିଟରେ ହିଁ ଭାରତ ପକ୍ଷରୁ ହୋଇଥିବା ଏକ ସଟ୍ ଅଳ୍ପକେ ବାହାରକୁ ପଳାଇଥିଲା। ୧୫, ୨୪ ଏବଂ ୨୭ତମ ମିନିଟରେ ମଧ୍ୟ ଭାରତ ଏକାଧିକ ଗୋଲ ସୁଯୋଗ ସୃଷ୍ଟି କରି ବିଫଳ ହୋଇଥିଲା। କିନ୍ତୁ ଭୁଟାନ ଚାପ ବଳବତ୍ତର ରଖିଥିଲା। ଗୋଲଶୂନ୍ୟ ପ୍ରଥମାର୍ଧ ପରେ ଦ୍ବିତୀୟାର୍ଧରେ ଭୁଟାନ ଭଲ ଆରମ୍ଭ କରିଥିଲା। ଘରୋଇ ଖେଳାଳିଙ୍କ ପ୍ରତି ଆକ୍ରମଣକୁ କିନ୍ତୁ ଭାରତୀୟ ରକ୍ଷଣଭାଗ ପ୍ରତିହତ କରିବାରେ ସକ୍ଷମ ହୋଇଥିଲା। ୭୩ତମ ମିନିଟରେ ଦେବନୀତା ରୟ ଭୁଟାନ ଗୋଲରକ୍ଷକଙ୍କୁ ପରାସ୍ତ କରି ଭାରତକୁ ଆଗୁଆ କରିଥିଲେ। ଏହି ଗୋଲକୁ ସୁରକ୍ଷିତ ରଖି ଭାରତ କଷ୍ଟସାଧ୍ୟ ବିଜୟ ହାସଲ କରି ନେଇଥିଲା।
ସାଫ୍ କାଂସ୍ୟ ଜିତିଲା ଜବାମଣିଙ୍କ ଦଳ
/sambad/media/post_attachments/wp-content/uploads/2018/10/8-Jabamani-Tudu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)