ଦୁବାଇ: ଆଇପିଏଲ୍ ଆରମ୍ଭ ହେବାକୁ ଆଉ ମାତ୍ର ୮ ଦିନ ରହିଥିବା ବେଳେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)ର ସହମାଲିକ ତଥା ବଲିଉଡ୍ ଅଭିନେତା ଶାହରୁଖ୍ ଖାନ୍ ଗୁରୁବାର ଏହାର ପ୍ରଶଂସକଙ୍କୁ ସ୍ବତନ୍ତ୍ର ବାର୍ତା ପ୍ରେରଣ କରିଛନ୍ତି। ନିଜ ଫ୍ରାଞ୍ଚାଇଜ୍ର ନୂଆ ପ୍ରଶଂସକଙ୍କୁ ଉତ୍ସାହିତ କରିବା ଲାଗି ‘ତୁ ଫ୍ୟାନ୍ ନେହି ତୋଫାନ୍ ହୈ’ ଅଭିଯାନ ଆରମ୍ଭ କରିଛନ୍ତି। କେକେଆର୍ ତୟାର୍ ବୋଲି ଶାହରୁଖ୍ ଟ୍ବିଟ୍ କରି ପ୍ରଶଂସକଙ୍କୁ ଚଳିତ ଋତୁରେ ସେମାନଙ୍କ ନାଇଟ୍ସଙ୍କୁ ସମର୍ଥନ ଜାରି ରଖିବାକୁ ଅନୁରୋଧ କରିଛନ୍ତି। ଚଳିତ ବର୍ଷ ଗୋଟିଏ ମାତ୍ର ସ୍ଲୋଗାନ ରହିବ ‘ତୁ ଜାନ୍ ଲେ ତୁ କୌନ ହୈ, ତୁ ଫ୍ୟାନ୍ ନେହି ତୋଫାନ୍ ହୈ'। ଆମ ପାଖରେ ଇଡେନ୍ ଗାର୍ଡେନ୍ସର ଉତ୍ସାହ ଓ ମାହୋଲ ରହିବ ନାହିଁ, କିନ୍ତୁ ଆମ ହୃଦୟ ସେଠାରେ ରହିଛି’ ବୋଲି କହିଛନ୍ତି ଅଧିନାୟକ ଦୀନେଶ କାର୍ତିକ। ଦୁଇ ଥର ବିଜେତା କେକେଆର୍ ସେପ୍ଟେମ୍ବର ୨୩ ତାରିଖରେ ଆବୁଧାବିରେ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ସହ ଖେଳି ଆଭିଯାନ ଆରମ୍ଭ କରିବ।
‘ତୁ ଫ୍ୟାନ୍ ନେହି ତୋଫାନ୍ ହୈ’ କେକେଆର୍ ପ୍ରଶଂସକଙ୍କୁ ସ୍ବତନ୍ତ୍ର ବାର୍ତା ଦେଲେ ଶାହରୁଖ୍
/sambad/media/post_attachments/wp-content/uploads/2017/12/saharukh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)