ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲସ ବିପକ୍ଷ ମ୍ୟାଚରେ କେକେଆର ଚମତ୍କାର ପ୍ରଦର୍ଶନ କରି ୧୦୬ରନରେ ବିଜୟୀ ହୋଇଥିଲା। କେକେଆର ଜିତିବା ପରେ ଶାହାରୁଖ ଖାନ ନିଜ ଟିମର ଖେଳାଳିଙ୍କୁ ଭେଟିବାକୁ ପଡ଼ିଆକୁ ଯାଇଥିଲେ। ଏହି ସମୟରେ ସେ ନିଜ ଟିମ୍ ସହ ବିରୋଧୀ ଟିମ୍ ଯଥା ଦିଲ୍ଲୀ କ୍ୟାପିଟାଲ୍ସର କ୍ରିକେଟରଙ୍କୁ ମଧ୍ୟ ଭେଟିଥିବା ଦେଖିବାକୁ ମିଳିଥିଲା। ଏହି ସମୟର ଫଟୋ ଓ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
King Khan's presence fills everyone with undeniable joy, spreading happiness and smiles to all those around him effortlessly ❤️✨@iamsrk@KKRiders@KKRUniverse@DelhiCapitals#ShahRukhKhan#DCvsKKR#IPL2024#DC#KKR#SRK#IPLpic.twitter.com/divxe1bzcu
— Shah Rukh Khan Universe Fan Club (@SRKUniverse) April 4, 2024
ଫଟୋରେ ଦେଖାଯାଇଛି ଯେ, ଶାହରୁଖ ନିଜ ଟିମକୁ ଭେଟି ସାରି ଦିଲ୍ଲୀ କ୍ୟାପିଟାଲସର ଅଧିନାୟକ ଋଷବ ପନ୍ତଙ୍କୁ ଭେଟୁଛନ୍ତି। ତାଙ୍କୁ ଆଲିଙ୍ଗନ କରି ତାଙ୍କ କାନରେ କିଛି ଶାହରୁଖ କହୁଥିବା ଦେଖାଯାଇଛି। ଏହି ଫଟୋ ଦେଖି ଏବେ ସମସ୍ତେ ଶାହରୁଖଙ୍କୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି। ହାରିବା ପରେ ଦୁଃଖୀ ହୋଇଥିବା ଦିଲ୍ଲୀ କ୍ୟାପିଟାଲସ ଟିମର ମନୋବଳ ବଢ଼ାଇବାକୁ ଶାହରୁଖ କ୍ରିକେଟରଙ୍କ ପାଖକୁ ଯାଇଥିଲେ ବୋଲି ଜଣାପଡ଼ିଛି।
Rishabh Pant was immediately getting up after seeing Shah Rukh Khan walking towards him, but SRK insisted him to stay seated but he got up to hug eventually 🥺💜 pic.twitter.com/NEf9hNmHil
— sohom (@AwaaraHoon) April 3, 2024
କେକେଆର ମ୍ୟାଚ୍ ଜିତିବା ପରେ ପଡ଼ିଆରେ ନିଜ ଟିମର କିଛି କ୍ରିକେଟରଙ୍କ ସହ ତଳେ ବସିଥିଲେ ପନ୍ତ। ଏହା ଦେଖି ଶାହରୁଖ ତାଙ୍କ ଆଡକୁ ଚାଲି ଚାଲି ଆସିଥିଲେ। ଶାହରୁଖ ଆସୁଥିବା ଦେଖି ପନ୍ତ ଓ ଅନ୍ୟ କ୍ରିକେଟର ଛିଡ଼ା ହେଉଥିବା ବେଳେ ଶାହରୁଖ ସେମାନଙ୍କୁ ବସିବାକୁ କହିଥିଲେ। ହେଲେ ପନ୍ତ ଛିଡ଼ା ହୋଇ ଶାହରୁଖଙ୍କୁ ଆଲିଙ୍ଗନ କରିଥିଲେ। ଏହା ପରେ ଶାହରୁଖ ପନ୍ତଙ୍କ କାନରେ କିଛି କହୁଥିବା ଦେଖିବାକୁ ମିଳିଥିଲା। ଏହି ସମୟର କିଛି ଫଟୋ ଓ ଭିଡିଓ ଏବେ କ୍ରିକେଟ ପ୍ରେମୀଙ୍କ ମନ କିଣିଛି।