ଆଫ୍ରିଦୀଙ୍କ ନାଁରେ ପୁଣି ଏକ ଅଭିଯୋଗ, ଏହି ଖେଳାଳି କହିଲେ- ଅନେକଙ୍କ କ୍ୟାରିୟର ବର୍ବାଦ କରିଛନ୍ତି

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ୍‌ ଆଫ୍ରିଦୀଙ୍କ ନାଁରେ ଜଣେ କ୍ରିକେଟର ଗୁରୁତର ଅଭିଯୋଗ ଆଣିଛନ୍ତି। ଆତ୍ମଜୀବନୀକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫ୍ରିଦୀଙ୍କୁ ଲୋକେ ଯାହାତାହା କରି ସମାଲୋଚନା କରୁଛନ୍ତି। ଏପରିକି ଆଫ୍ରିଦୀ ନିଜର ବୟସକୁ ନେଇ ମଧ୍ୟ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି।

ପାକିସ୍ତାନୀ ବ୍ୟାଟସ୍‌ମ୍ୟାନ ଇମରାନ୍‌ ଫରହତ ମଧ୍ୟ ଆଫ୍ରିଦୀଙ୍କ ସଂପର୍କରେ କହିଛନ୍ତି, ସେ ଜଣେ ସ୍ୱାର୍ଥପର ଖେଳାଳି, ଯିଏକି ନିଜର ସ୍ୱାର୍ଥ ପାଇଁ ଅନେକ କ୍ରିକେଟରଙ୍କ କ୍ୟାରିୟର ବର୍ବାଦ କରିଛନ୍ତି।

ଆଫ୍ରିଦୀ ନିଜର ଆତ୍ମଜୀବନୀ ‘ଗ୍ୟାମ୍‌ ଚ୍ୟାଞ୍ଜେର୍ସ’ରେ ଅନେକ ପ୍ରସଙ୍ଗ ସ୍ପଷ୍ଟ କରିଛନ୍ତି। ସେ କଶ୍ମୀର ଏବଂ ୨୦୧୦ ସ୍ପଟ ଫିକ୍‌ସଙ୍ଗ୍‌ ମାମଲା ସଂପର୍କରେ ଉଲ୍ଲେଖ କରିଛନ୍ତି। ପୁସ୍ତକରେ ସେ ଜାଭେଦ ମିୟାଦାଦ, ବକାର ୟୁନିସ ଏବଂ ଗୌତମ ଗମ୍ଭୀରଙ୍କୁ ମଧ୍ୟ ସମଲୋଚନା କରିଛନ୍ତି। ଏତଦ୍‌ ବ୍ୟତୀତ ସେ ନିଜର ବୟସ ୫ ବର୍ଷ କ୍ରିକେଟ ରେକର୍ଡରେ ୫ ବର୍ଷ କମ ଉଲ୍ଲେଖ କରିଛନ୍ତି, ଯାହାକୁ ନେଇ ତାଙ୍କୁ ଆଲୋଚନା ଏବଂ ସମାଲୋଚନାର ଶିକାର ହେବାକୁ ପଡୁଛି।

ସମ୍ବନ୍ଧିତ ଖବର