ନୂଆଦିଲ୍ଲୀ: ବିବାଦରେ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି। ପ୍ରଶଂସକ ଅଟୋଗ୍ରାଫ ପାଇଁ ଅନୁରୋଧ କରିବାରୁ ଶାହିଦ ଆଫ୍ରିଦି ଭାରତୀୟ ପତାକାକୁ ଜଙ୍ଘ ଉପରେ ରଖି ଅଟୋଗ୍ରାଫ ଦେଇଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ଏବେ ଶାହିଦ ଆଫ୍ରିଦିଙ୍କୁ ଟ୍ରୋଲ କରାଯାଉଛି।
ସୂଚନା ମୁତାବକ, ଶାହିଦ ଆଫ୍ରିଦି ଲିଜେଣ୍ଡସ ଲିଗ୍ କ୍ରିକେଟରେ ଏସିଆନ ଲାୟନ୍ସ ପାଇଁ ଭାଗ ନେଉଛନ୍ତି। ଏମଧ୍ୟରେ ତାଙ୍କର ଏଭଳି ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଇଛି ଯେ ଶାହିଦ ଆଫ୍ରିଦି ଭାରତୀୟ ପତାକାକୁ ନିଜ ଜଙ୍ଘ ଉପରେ ରଖି ଅଟୋଗ୍ରାଫ ଦେଉଛନ୍ତି। ଏଭଳି ଭାରତୀୟ ପତାକାକୁ ଜଙ୍ଘ ଉପରେ ରଖିବା ଦେଖି ଭାରତୀୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି କରି ଅଫ୍ରିଦି ଭାରତୀୟ ପତାକାର ଅପମାନ କରିଥିବା ଭାରତୀୟମାନେ କହିବା ଆରମ୍ଭ କରିଛନ୍ତି।
Now this is what we call “GRACE” Shahid Afridi signing the Indian flag.
That is how we respect other nations. Little actions like these,bring the world closer and promote love and peace on the planet!Proud of you Lala❤️ #LLCT20 #ShahidAfridi #LegendsLeagueCricket @SAfridiOfficial pic.twitter.com/RVH7CIMxZD— Maham Gillani (@DheetAfridian) March 18, 2023
କୁହାଯାଉଛି ଯେ, ଦୋହାରେ ଚାଲିଥିବା ଟି -୨୦ ଟୁର୍ନାମେଣ୍ଟ ସମୟରେ ଆଫ୍ରିଦିଙ୍କୁ ଜଣେ ପ୍ରଶଂସକ ତ୍ରିରଙ୍ଗା ଉପରେ ତାଙ୍କ ଅଟୋଗ୍ରାଫ୍ ଦେବାକୁ ଅନୁରୋଧ କରିଥିଲେ। ପ୍ରଶଂସକଙ୍କ ଅନୁରୋଧ ରଖି ଆଫ୍ରିଦି ପ୍ରଶଂସକଙ୍କୁ ଅଭିବାଦନ ଜଣାଇବା ସହ ଭାରତୀୟ ପତାକାକୁ ଜଙ୍ଘ ଉପରେ ତାଙ୍କର ଅଟୋଗ୍ରାଫ୍ ଦେଇଥିଲେ।