ବ୍ୟାଟିଂ କରିବା ପୂର୍ବରୁ ନିଜ ବ୍ୟାଟକୁ କାମୁଡ଼ୁଥିବାର ନଜର ଆସିଲେ ଧୋନି, ଅମିତ ମିଶ୍ରା କହିଲେ ଏହାର କାରଣ

ନୂଆଦିଲ୍ଲୀ: ରବିବାର ଖେଳାଯାଇଥିବା ଆଇପିଏଲ ୨୦୨୨ର ୫୫ତମ ମ୍ୟାଚରେ ସିଏସକେ ଦିଲ୍ଲୀ କ୍ୟାପିଟାଲ୍ସକୁ ୯୧ ରନରେ ପରାସ୍ତ କରିଛି। ଏହି ମ୍ୟାଚ୍ ପାଇଁ ଡେଭନ୍ କନୱେଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଟାଇଟଲ୍ ପ୍ରଦାନ କରାଯାଇଥିଲା। କନୱେ ୮୭ ରନ ସ୍କୋର କରିଥିବା ବେଳେ ସିଏସକେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୮ଟି ବଲରୁ ୨୧ଟି ରନ କରିଥିଲେ। ଧୋନି ଏବଂ କନୱେଙ୍କ ଇନିଂସ ଆଧାରରେ ସିଏସକେ ୨୦୮ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା। ତେବେ ଏହି ଆଇପିଏଲ ମ୍ୟାଚ୍ ମଧ୍ୟରେ ସିଏସକେ ଜିତିବାକୁ ନେଇ ଚର୍ଚ୍ଚା ‌ହେଉଥିବା ବେଳେ ଧୋନିଙ୍କ ଏକ ଫଟୋକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।

ଭାଇରାଲ ହେଉଥିବା ଫଟୋରେ ଧୋନି ନିଜ ବ୍ୟାଟକୁ ପାଟିରେ କାମୁଡ଼ିଛନ୍ତି। ଏହି ଫଟୋ ଭାଇରାଲ ହେବା ପରେ ଧୋନି ଏଭଳି କାହିଁକି କରୁଛନ୍ତି ବୋଲି ତାଙ୍କ ପ୍ରଶଂସକମାନେ ପ୍ରଶ୍ନ କରିଥିବା ବେଳେ ଏହାର ଉତ୍ତର ରଖିଛନ୍ତି ଦିଗ୍ଗଜ ସ୍ପିନର ଅମିତ ମିଶ୍ରା। ସେ ଟ୍ବିଟ କରି ଲେଖିଛନ୍ତି ଯେ, ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଧୋନି କାହିଁକି ତାଙ୍କ ବ୍ୟାଟକୁ ବ୍ୟାଟିଂ କରିବା ପୂର୍ବରୁ ପାଟିରେ କାମୁଡ଼ନ୍ତି। ତେବେ‌ ସେ ନିଜ ବ୍ୟାଟରେ ଲାଗିଥିବା କୌଣସି ପ୍ରକାରର ଟେପ୍ ବା ଷ୍ଟିକର ହଟାଇବା ପାଇଁ ଏଭଳି କରନ୍ତି। କାରଣ ସେ ନିଜ ବ୍ୟାଟକୁ ସଫା ରଖିବାକୁ ପସନ୍ଦ କରନ୍ତି। ଆପଣ କଦାପି ଧୋନିଙ୍କ ବ୍ୟାଟରେ କୌଣସି ପ୍ରକାରର ଟେପ୍ ଲାଗିଥିବାର ଦେଖିନଥିବେ।

ndtv
ସମ୍ବନ୍ଧିତ ଖବର