କ୍ରିକେଟ୍ର ଘର ଭାବେ ପରିଚିତ ଐତିହାସିକ ଲର୍ଡସ୍ ପଡ଼ିଆରେ ଖେଳିଛନ୍ତି ବଲିଉଡ୍ ତାରକା ସାହିଦ କାପୁର। ଏଠାରେ ଖେଳାଯାଇଥିବା ଏକ ସେଲିବ୍ରିଟ୍ ପ୍ରଦର୍ଶନୀ କ୍ରିକେଟ୍ ମ୍ୟାଚ୍ ଖେଳି ନିଜ ପ୍ରଶଂସକଙ୍କୁ ନିଜର କ୍ରିକେଟ୍ ଅଭିଜ୍ଞତା ବାଣ୍ଟିଛନ୍ତି। ପଡ଼ିଆ ଭିତରେ ଏହି ତାରକା ଜଣଙ୍କ ପୂରା କ୍ରିକେଟର୍ ଷ୍ଟାଇଲ୍ରେ ଧଳା ଟି-ସାର୍ଟ ଓ ଟ୍ରାଉଜର୍ ପିନ୍ଧି ବ୍ୟାଟିଂ ଏବଂ ଫିଲ୍ଡିଂ କରିଥିଲେ। ସେ ପଡ଼ିଆ ଭିତରକୁ ଆସୁ ଆଶୁ ଦର୍ଶକମାନେ ‘ଅର୍ଜୁନ ତଲୱାର ବ୍ୟାକ୍!’ ବୋଲି ଚିଲାଇଥିଲେ।
ଚଣ୍ଡିଗଡ଼ କ୍ରିକେଟର୍ ଅର୍ଜୁନ ତଲୱାରଙ୍କ ଜୀବନୀକୁ ନେଇ ହୋଇଥିବା ଜର୍ସି ଚଳଚ୍ଚିତ୍ରରେ ଅର୍ଜୁନ ମୁଖ୍ୟ ଭୂମିକାରେ ରହିଥିଲେ। ମ୍ୟାଚ୍ ପରେ ସାହିଦ ପତ୍ନୀ ମୀରା ରାଜପୁତଙ୍କ ସହ ଫଟୋ ପୋଜ୍ ଦେଇଥିଲେ। ଲର୍ଡସ୍ର ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ଖେଳାଳିଙ୍କ ସହ ସାହିଦଙ୍କ କିଛି ଫଟୋ ପୋଷ୍ଟ୍ ହୋଇଛି। ଏହାର ଶିରୋନାମରେ ଲେଖାହୋଇଛି, ‘ଆଜି କ୍ରିକେଟ୍ର ଘରେ ସାହିଦ କାପୁର ଖେଳିବା ସୌଭାଗ୍ୟର ବିଷୟ’। ଚଳିତ ମାସ ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଲର୍ଡସରେ ଖେଳାଯାଇଥିବା ଭାରତ-ଇଂଲଣ୍ଡ ଟେଷ୍ଟ୍ ମ୍ୟାଚ୍ ବେଳେ ସାହିଦ ଏଠାକୁ ଆସିଥିଲେ। ଉଭୟ ଦେଶ ମଧ୍ୟରେ ଟେଷ୍ଟ୍ ମ୍ୟାଚ୍ ଖେଳାଯାଇଥିବା ପିଚ୍ରେ ସାହିଦ ସେଲିବ୍ରିଟି ମ୍ୟାଚ୍ ଖେଳିଛନ୍ତି।