ଲକ୍ଷ୍ମୀସାଗର କପ୍‌ ଜିତିଲା ସହିଦ ନଗର

ଭୁବନେଶ୍ୱର: ଲକ୍ଷ୍ମୀସାଗର କ୍ରିକେଟ କ୍ଲବ୍‌ ପକ୍ଷରୁ ଚାଲିଥିବା ୧୩ତମ ଲକ୍ଷ୍ମୀସାଗର କପ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଆଇଆର୍‌ସିକୁ ରୋମାଞ୍ଚକ ଭାବେ ୧୨ ରନ୍‌ରେ ପରାସ୍ତ କରି ସହିଦନଗର ବିଜେତା ହୋଇଛି। ରବିବାରର ଫାଇନାଲ୍‌ ମ୍ୟାଚ୍‌ରେ ଟସ ଜିତି ଆଇଆର୍‌ସି ଦଳ ପ୍ରଥମେ ଫିଲଡିଂ କରିଥିଲା। ପ୍ରଥମେ ବ୍ୟାଟିଂ କରି ସହିଦ ନଗର ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୨୫୭ ରନ୍‌ କରିଥିଲା। ମନୁ ରାଉତ ୭୩ ଓ ସ୍ବାଗତ ଅପରାଜିତ ୩୫ ରନ୍‌ କରିଥିଲେ। ଆଇଆରସି ପକ୍ଷରୁ ଜୁନୈଦ ଓ କୃତ୍ତିବାସ ଦାସ ୩ ଲେଖାଏଁ ୱିକେଟ୍‌ ନେଇଥିଲେ। ୨୫୮ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଆଇଆର୍‌ସି ଦଳ ୧୯.୩ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୪୬ ରନ୍‌ କରିଥିଲା। ଶ୍ୟାମସୁନ୍ଦର ସର୍ବାଧିକ ୭୯ ଓ କୃତ୍ତିବାସ ୫୬ ରନ୍‌ କରିଥିଲେ। ସହିଦନଗର ପକ୍ଷରୁ ପ୍ରୀତମ ୪ ଓ ରଶ୍ମି ୩ଟି ୱିକେଟ୍‌ ନେଇଥିଲେ। ଲଢୁଆ ବ୍ୟାଟିଂ ପାଇଁ ଆଇଆର୍‌ସି ଦଳର ଶ୍ୟାମସୁନ୍ଦରଙ୍କୁ ଫାଇନାଲର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ବିଜେତା ସହିଦ ନଗର ଦଳକୁ ୫୦ ହଜାର ଟଙ୍କା ସହ ଟ୍ରଫି ଏବଂ ଉପବିଜେତା ଆଇଆର୍‌ସି ଦଳକୁ ୩୦ ହଜାର ସହ ଟ୍ରଫି ପ୍ରଦାନ କରିଥିଲେ। ସହିଦନଗର ଦଳର ରଶ୍ମିରଞ୍ଜନ ଜେନାଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଓ ଶ୍ରେଷ୍ଠ‌ କ୍ଷେତ୍ରରକ୍ଷକ ପୁରସ୍କାର ମିଳିଥିବା‌ ବେଳେ ମନୁ ରାଉତଙ୍କୁ ଶ୍ରେଷ୍ଠ ବ୍ୟାଟର୍‌ ଭାବେ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବେ କଟକର ୱିଣ୍ଡ-୨୦୦୦ ଦଳକୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର