ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ତୃତୀୟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ମ୍ୟାଚ୍‌ ଜିତିବା ପରେ ଗୌତମ ଗମ୍ଭୀର ବାସ୍ତବ ହିରୋ ପାଲଟି ଯାଇଛନ୍ତି। ଗୌତମଙ୍କ ସହିତ କୋଲକାତା ନାଇଟ୍ ରାଇଡର୍ସର ପ୍ରତ୍ୟେକ ସଦସ୍ୟଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ଛୁଟି ଆସୁଛି।

Advertisment

ଚତୁର୍ଥ ଥର ପାଇଁ କେକେଆର୍‌ ଆଇପିଏଲ୍‌ ଫାଇନାଲ୍‌ରେ ପ୍ରବେଶ କରିଥିଲା ବେଳେ ଗୌତମ ଗମ୍ଭୀରଙ୍କ ଉପସ୍ଥିତି ପୁଣି ଥରେ ଦଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି ବୋଲି ଚର୍ଚ୍ଚା ହେଉଛି। ଗମ୍ଭୀର କେକେଆର୍‌ର ଅଧିନାୟକ ଥିବା ବେଳେ ୨୦୧୨ ଓ ୨୦୧୪ ମସିହାରେ ମ୍ୟାଚ୍‌ ଜିତିଥିଲା ଦଳ।

ଗତ ରବିବାର କେକେଆର୍‌ ଟ୍ରଫି ଜିତିଥିବା ସମୟ‌ରେ ଶାହରୁଖ ଖାନ ଖୁବ ଖୁସି ହୋଇଯାଇଥିଲେ।  ଖେଳ ଶେଷହେବାପରେ ପଡ଼ିଆକୁ ଓହ୍ଲାଇ ଆସି ଶାହରୁଖ ଗୌତମଙ୍କୁ ଆଲିଙ୍ଗନ କରିବା ସହିତ ତାଙ୍କ ମଥାରେ ଚୁମ୍ବନ ଭରି ଦେଇ କହିଥିଲେ, ‘ଆଜି ମୁଁ ବହୁତ ଖୁସି। ଏଭଳି ବିଜୟ ସର୍ବଦା ମନେ ରହିବ।’

ଗତ ରବିବାରର ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ମାତ୍ର ୧୧୩ ରନ୍‌ରେ ସୀମିତ ରଖିବା ପରେ କେକେଆର୍‌ ମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିତିଯାଇଛି। କେକେଆର୍‌ ଟିମର ପ୍ରତ୍ୟେକ ସଦସ୍ୟ ମ୍ୟାଚ ଜିତିବା ପାଇଁ ଖୁବ ପରିଶ୍ରମ କରିଥିଲେ।