ଢାକା : ମହାମାରୀ କରୋନା ଭୂତାଣୁ ବିପକ୍ଷ ଲଢ଼େଇ ଲାଗି ପାଣ୍ଠି ସଂଗ୍ରହ ପାଇଁ ଆଗେଇ ଆସିଛନ୍ତି ବାଂଲାଦେଶର ସଫଳ ଅଲରାଉଣ୍ଡର୍ ସକିବ-ଅଲ୍-ହାସନ। ଏଥିପାଇଁ ସେ ୨୦୧୯ ବିଶ୍ବକପ୍ରେ ବ୍ୟବହାର କରିଥିବା ବ୍ୟାଟ୍କୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। କ୍ରିକେଟ୍ର ସବୁ ଫର୍ମାଟ୍ରୁ ଦୁଇ ବର୍ଷ ଲାଗି ବାସନ୍ଦ ହୋଇଥିବା ସକିବ ଏହି ମହାନ କାର୍ଯ୍ୟରେ ଯୋଗ ଦେବାରେ ଦ୍ବିତୀୟ ବାଂଲାଦେଶୀ କ୍ରିକେଟର୍ ହୋଇଛନ୍ତି। ତାଙ୍କ ପୂର୍ବରୁ ୱିକେଟ୍ରକ୍ଷକ ବ୍ୟାଟ୍ସମ୍ୟାନ୍ ମୁସ୍ଫିକର ରହିମ ପାଣ୍ଠି ସଂଗ୍ରହ ଲାଗି ନିଜର କ୍ରିକେଟ୍ ସଂରଜାମ ନିଲାମ କରିଥିଲେ। ୨୦୧୯ ବିଶ୍ୱକପ୍ରେ ବ୍ୟବହାର କରିଥିବା ବ୍ୟାଟ୍କୁ ନିଲାମ କରିବାକୁ ମୁଁ ନିଷ୍ପତ୍ତି ନେଇଛି। ଏହା ମୋର ପ୍ରିୟ ବ୍ୟାଟ୍ ବୋଲି ଫେସ୍ବୁକ୍ ଲାଇଭ୍ରେ ସକିବ କହିଛନ୍ତି। ଏହି ୩୩ ବର୍ଷୀୟ ଅଲରାଉଣ୍ଡର୍ ଗତ ବର୍ଷ ଇଂଲଣ୍ଡରେ ଆୟୋଜିତ ବିଶ୍ୱକପ୍ରେ ୮ ମ୍ୟାଚ୍ ଖେଳି ୮୬.୫୭ ହାରରେ ୬୦୬ ରନ୍ କରିଥିଲେ। ଏଥିରେ ୨ ଶତକ ଓ ୫ ଅର୍ଧଶତକ ସାମିଲ ଥିଲା।
ମହାମାରୀ କରୋନା ଭୂତାଣୁ ବିପକ୍ଷ ଲଢ଼େଇ ଲାଗି ପାଣ୍ଠି ସଂଗ୍ରହ ପାଇଁ ବିଶ୍ବକପ୍ ବ୍ୟାଟ୍ ନିଲାମ କରିବେ ସକିବ
/sambad/media/post_attachments/wp-content/uploads/2020/04/shakib-century-1587537396.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)