ସାକିବ୍‌ ପୁଣି ବାଂଲାଦେଶ ଟେଷ୍ଟ ଅଧିନାୟକ

ଢାକା : ଅଲ୍‌ରାଉଣ୍ଡର ସାକିବ ଉଲ୍‌ ହାସନ ବାଂଲାଦେଶ ଟେଷ୍ଟ୍‌ ଅଧିନାୟକ ପଦକ ଫେରିଛନ୍ତି। ମଙ୍ଗଳବାର ମୋମିନୁଲ ହକ୍ ପଦତ୍ୟାଗ କରିବା ପରେ ବୁଧବାର ବାଂଲାଦେଶ କ୍ରିକେଟ୍‌ ବୋର୍ଡ ସଭାପତି ନାଜମୁଲ ହାସନ ପୁନର୍ବାର ସାକିବ୍‌ଙ୍କୁ ଏହି ପଦରେ ନିଯୁକ୍ତ କରିଛି। ଆସନ୍ତା ୨ ତାରିଖ ବୋର୍ଡ ବୈଠକରେ ନୂଆ ଅଧିନାୟକଙ୍କ ନାମ ଘୋଷଣା କରିବାକୁ ଥିଲା ବେଳେ ନାଜମୁଲ ଏହାର ଦିନକ ପୂର୍ବରୁ ସାକିବ୍‌ଙ୍କୁ ପୁନଃନିଯୁକ୍ତି ଦେଇଛନ୍ତି। ଫଳରେ ସାକିବ୍‌ ବାଂଲାଦେଶ ପାଇଁ ଆଗକୁ ନିୟମିତ ଟେ‌ଷ୍ଟ୍‌ ଖେଳିବା ନିଶ୍ଚିତ ହୋଇଛି।

ସମ୍ବନ୍ଧିତ ଖବର