ନୂଆଦିଲ୍ଲୀ: ବାଂଲାଦେଶ କ୍ରିକେଟର ସର୍ବକାଳୀନ ମହାନ ଖେଳାଳି କୁହାଯାଉଥିବା ସାକିବ ଅଲ୍ ହାସନ ଶୁକ୍ରବାରଠାରୁ କାନପୁରରେ ଖେଳାଯିବାକୁ ଥିବା ଭାରତ ବିପକ୍ଷ ଶୃଙ୍ଖଳାର ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟ ପୂର୍ବରୁ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି।
କାନପୁରଠାରେ ଗଣମାଧ୍ୟମ ସହ କଥାବାର୍ତ୍ତାବେଳେ ସାକିବ ଏ ସଂପର୍କରେ ଘୋଷଣା କରିଛନ୍ତି । ସେ ତୁରନ୍ତ ଟି-୨୦ ଫର୍ମାଟରୁ ଅବସର ନେଇଛନ୍ତି। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ୍ ତାଙ୍କ ଟେଷ୍ଟ କ୍ୟାରିୟର ପାଇଁ ଶେଷ ସିରିଜ ହେବ ବୋଲି ସେ କହିଛନ୍ତି । କିନ୍ତୁ ଯଦି ବାଂଲାଦେଶ କ୍ରିକେଟ ବୋର୍ଡ ସାକିବଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ଟେଷ୍ଟ ଶୃଙ୍ଖଳାରେ ସୁଯୋଗ ନ ଦିଏ, ତେବେ କାନପୁର ଟେଷ୍ଟ୍ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ହୋଇପାରେ।
ସାକିବ ବାଂଲାଦେଶରୁ ବିତାଡ଼ିତ ଶେଖ ହସିନାଙ୍କ ଦଳ ଆଓ୍ବାମୀ ଲିଗର ସଦସ୍ୟ ଥିଲେ । ତାଙ୍କ ବିରୋଧରେ ନୂଆ କାମଚଳା ସରକାରଙ୍କ ପକ୍ଷରୁ ହତ୍ୟା ସମେତ କେତେକ ମାମଲା ରୁଜ୍ଜୁ ହୋଇଛି । ବାଂଲାଦେଶ ଫେରିଲେ ସେ ଗିରଫ ହେବାର ସମ୍ଭାବନା ରହିଛି । କିନ୍ତୁ ସେ ବାଂଲାଦେଶ ଫେରିଲେ କୌଣସି ସମସ୍ୟାର ସମ୍ମୁଖୀନ ହେବେନାହିଁ ବୋଲି ବାଂଲାଦେଶ କ୍ରିକେଟ ବୋର୍ଡ ସୂଚନା ଦେଇଛି ।
ଅକ୍ଟୋବର ୬ତାରିଖରୁ ଭାରତ ଓ ବାଂଲାଦେଶ ମଧ୍ୟରେ ୩ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ଟି-୨୦ରୁ ତୁରନ୍ତ ଅବସର ଘୋଷଣା କରିଥିବାରୁ ସାକିବ ଆଉ ଏହି ସିରିଜରେ ବାଂଲାଦେଶ ଦଳର ଅଂଶ ହେବେ ନାହିଁ।