ଦୁବାଇ: ବାଂଲାଦେଶ ବିପକ୍ଷରେ ଇନ୍ଦୋରରେ ଶନିବାର ଶେଷ ହୋଇଥିବା ଟେଷ୍ଟରେ ଭାରତ ଗୋଟିଏ ପାଳି ଓ ୧୩୦ ରନ୍‌ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ଦ୍ରୁତ ବୋଲର ମହମ୍ମଦ ସାମି ଓ ମୟଙ୍କ ଅଗ୍ରଓ୍ଵାଲ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ପ୍ରଥମ ପାଳିରେ ୨୭ ରନ ଦେଇ ୩ ଓ ଦ୍ୱିତୀୟ ପାଳିରେ ୩୧ ରନ୍‌ ଦେଇ ୪ ଓ୍ଵିକେଟ ନେଇଛନ୍ତି ମହମ୍ମଦ ସାମି। ସାମି ୮ଟି ସ୍ଥାନକୁ ଉନ୍ନୀତ ହୋଇ ୭ମ ସ୍ଥାନରେ ପହଂଚିଛନ୍ତି। ତାଙ୍କ ନାମରେ ୭୯୦ ରେଟିଙ୍ଗ ଅଙ୍କ ଅଛି। ସେ ଭାରତୀୟ ବୋଲରଙ୍କ ପାଇଁ ଟେଷ୍ଟ୍ରରେ ତୃତୀୟ ସର୍ବଶ୍ରେଷ୍ଠ ବୋଲର ହୋଇପାରିଛନ୍ତି।

Advertisment

ଭାରତୀୟ ଟେଷ୍ଟ ଇତିହାସରେ ଏହି କ୍ଷେତ୍ରରେ କପିଳ ଦେବ (୮୭୭ ଅଙ୍କ) ଓ ଯଶପ୍ରୀତ ବୁମରା (୮୩୨ ଅଙ୍କ) ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ବାଂଲାଦେଶ ବିପକ୍ଷରେ କ୍ୟାରିୟରର ସର୍ବଶ୍ରେଷ୍ଠ ରନ ହାସଲ କରି ମ୍ୟାନ୍‌ ଅଫ୍‌ ଦ ମ୍ୟାଚ ପୁରସ୍କାର ପାଇଥିବା ମୟଙ୍କ ଅଗ୍ରଓ୍ଵାଲ ବ୍ୟାଟିଂ ର‍୍ୟାଙ୍କିଙ୍ଗରେ ୧୧ତମ ସ୍ଥାନରେ ପହଂଚିଛନ୍ତି। କ୍ୟାରିୟର ଆରମ୍ଭରେ ୮ଟି ଟେଷ୍ଟରେ ୮୫୮ ରନ ସଂଗ୍ରହ କରିଥିବା ଏହି ବ୍ୟାଟସ୍‌ମ୍ୟାନ ୬୯୧ ରେଟିଂ ଅଙ୍କ ପାଇଛନ୍ତି।

publive-image Hindustan Times

ପ୍ରାରମ୍ଭିକ ୮ଟି ଟେଷ୍ଟ ମ୍ୟାଚ୍‌ରେ କେବଳ ସାତ ଜଣ ବ୍ୟାଟସ୍‌ମ୍ୟାନ ମୟଙ୍କ ଅଗ୍ରଓ୍ଵାଲଙ୍କ ଠାରୁ ଅଧିକ ରନ୍‌ କରିଛନ୍ତି, ଯେଉଁମାନଙ୍କ ମଧ୍ୟରେ ସାମିଲ ଅଛନ୍ତି, ଡନ ବ୍ରାଡମ୍ୟାନ୍‌ (୧୨୧୦ ରନ୍‌), ଏବର୍ଟନ ଭିକ୍ସ (୯୬୮ ରନ୍‌), ସୁନୀଲ ଗାଭାସ୍କର (୯୩୮ ରନ୍‌), ମାର୍କ ଟେଲର (୯୦୬ ରନ୍‌), ଜଜ ହେଡଲି (୯୦୪ ରନ୍‌), ଫ୍ରେକ୍‌ ଓ୍ଵାରଲେ (୮୯୦ ରନ୍‌) ଓ ହର୍ବଟ ସଟକ୍ଲିଫ (୮୭୨ ରନ୍‌)।

ଶ୍ରେଷ୍ଠ ୧୦ ଜଣିଆ ବ୍ୟାଟସ୍‌ମ୍ୟାନ୍‌ ତାଲିକାରେ ଭାରତରୁ ୪ ଜଣଙ୍କ ନାମ ଅଛି। ବିରାଟ କୋହଲି (ଦ୍ୱିତୀୟ), ଚେତେଶ୍ୱର ପୂଜାର (ଚତୁର୍ଥ), ଆଜିଙ୍କ୍ୟ ରାହାଣେ (ପଂଚମ) ଓ ରୋହିତ ଶର୍ମା ଦଶମ ସ୍ଥାନ ପାଇଛନ୍ତି।