ପର୍ଥ: ସୋମବାର ଚତୁର୍ଥ ଦିନରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ନିଜ ଖେଳ ଜୀବନରେ ଶ୍ରେଷ୍ଠ ବୋଲିଂ ଚିତ୍ର (୨୪-୮-୫୬-୬) ପାଇଛନ୍ତି। ଟେଷ୍ଟ୍ କ୍ରିକେଟ୍‌ରେ ନିଜର ୩୮ତମ ମ୍ୟାଚ୍ ଖେଳି ସେ ପ୍ରଥମ ଥର ‌ଗୋଟିଏ ପାଳିରେ ୬ ୱିକେଟ୍‌ ନେଇଛନ୍ତି। ଏହା କିନ୍ତୁ ତାଙ୍କର ଚତୁର୍ଥ ୫ ୱିକେଟ୍ ସଫଳତା। ଅଷ୍ଟ୍ରେଲିଆ ମାଟିରେ କିନ୍ତୁ ଏହା ଭାରତୀୟ ପେସ୍‌ ବୋଲରଙ୍କ ମଧ୍ୟରେ ଚତୁର୍ଥ ଶ୍ରେଷ୍ଠ। ୧୯୮୫-୮୬ରେ କପିଳ‌ ଦେବ (୮/୧୦୬), ୨୦୦୩-୦୪ରେ ଅଜିତ ଅଗରକର (୬/୪୧) ଏବଂ ୧୯୬୭-୬୮ରେ ଅବିଦ ଅଲୀ (୬/୫୫) ପୂର୍ବ ୩ ଶ୍ରେଷ୍ଠ ଚିତ୍ର ରଖିଥିଲେ। ଏସବୁ ଗୁଡ଼ିକ କିନ୍ତୁ ଆଡିଲେଡ ଟେଷ୍ଟ୍‌ରେ କରିଥିଲେ। ୨୦୧୮ ମସିହାରେ ବିଦେଶ ମାଟିରେ ସାମି ମୋଟ ୪୨ ୱିକେଟ୍‌ ନେବା ‌ଗୋଟିଏ କ୍ୟାଲେଣ୍ଡର୍ ବର୍ଷରେ ଭାରତୀୟଙ୍କ ମଧ୍ୟରେ ଶ୍ରେଷ୍ଠ। ଅନିଲ କୁମ୍ବଲେ ୨୦୦୬ରେ ମୋଟ ୪୧ ୱିକେଟ୍ ନେଇଥିଲେ।
ଅନ୍ୟ ପକ୍ଷରେ ଦେଖିଲେ ଭାରତ କୋହଲିଙ୍କ ନେତୃତ୍ବରେ ବିଦେଶ ମାଟିରେ କୌଣସି ଟେଷ୍ଟ୍ ପଶ୍ଚାତଧାବନ କରି ଜିତି ନାହିଁ। ମିଳିଥିବା ୮ ସୁଯୋଗରୁ ୭ଟି ହାରିଛି ଏବଂ ଗୋଟିଏ ଅମୀମାଂସିତ ରଖିଛି। ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବୋଚ୍ଚ ସଫଳ ପଶ୍ଚାତଧାବନ ସ୍କୋର ହେଉଛି ୪୧୪। ଯାହାକୁ ୨୦୦୮-୦୯ରେ ହାସଲ କରିଥିଲା। ତା ପୁଣି ଏହି ପର୍ଥରେ, କିନ୍ତୁ ପୁରୁଣା ପଡ଼ିଆରେ।

Advertisment

ପର୍ଥ ଟେଷ୍ଟ୍‌ ସ୍କୋର‌୍‌ କାର୍ଡ

ଅଷ୍ଟ୍ରେଲିଆ ପ୍ରଥମ ପାଳି: ୩୨୬
ଭାରତ ପ୍ରଥମ ପାଳି: ୨୮୩
ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି: ୨୪୩
ହାରିସ୍‌-ବୋ-ବୁମ୍‌ରା-୨୦
ଫିଞ୍ଚ୍‌-କ-ପନ୍ତ୍‌-ବୋ-ସାମି-୨୫
ଖୱାଜା-କ-ପନ୍ତ୍‌-ବୋ-ସାମି-୭୨
ସନ୍‌ ମାର୍ସ-କ-ପନ୍ତ୍‌-ବୋ-ସାମି-୦୫
ହ୍ୟାଣ୍ଡ୍‌ସ୍କମ୍ବ୍‌-ଏଲ୍‌ବି-ବୋ-ଈଶାନ୍ତ-୧୩
ଟ୍ରାଭିସ୍‌ ହେଡ୍‌-କ-ଈଶାନ୍ତ-ବୋ-ସାମି-୧୯
ପେନ୍‌-କ-ବୋହଲି-ବୋ-ସାମି-୩୭
କମିନ୍‌ସ-ବୋ-ବୁମ୍‌ରା-୦୧
ଷ୍ଟାର୍କ-ବୋ-ବୁମ୍‌ରା-୧୪
ଲିୟନ୍‌-କ-ବିହାରୀ-ବୋ-ସାମି-୦୫
ହାଜ୍‌ଲେଉଡ୍‌-ଅପରାଜିତ-୧୭
ଅତିରିକ୍ତ: (ବା-୮, ଲେ/ବା-୩, ୱା-୪)୧୫
ମୋଟ-(୯୩.୨ ଓଭର, ଅଲ୍‌ଆଉଟ୍‌)-୨୪୩
ଵିକେଟ୍‌ ପତନ-୧/୫୯, ୨/୬୪, ୩/୮୫, ୪/୧୨୦, ୫/୧୯୨, ୬/୧୯୨, ୭/୧୯୮, ୮/୧୯୮, ୯/୨୦୭, ୧୦/୨୪୩।
ବୋଲି˚: ଈଶାନ୍ତ ଶର୍ମା ୧୬-୧-୪୫-୧, ଯଶ୍‌ପ୍ରୀତ୍‌ ବୁମ୍‌ରା ୨୫.୨-୧୦-୩୯-୩, ମହମ୍ମଦ ସାମି ୨୪-୮-୫୬-୬, ଉମେଶ ଯାଦବ ୧୪-୦-୬୧-୦, ହନୁମା ବିହାରୀ ୧୪-୪-୩୧-୦।
ଭାରତ ଦ୍ବିତୀୟ ପାଳି: ୧୧୨/୫
ଲୋକେଶ ରାହୁଲ୍‌-ବୋ-ଷ୍ଟାର୍କ-୦୦
ମୁରଲୀ ବିଜୟ-ବୋ-ଲିୟନ୍‌-୨୦
ପୂଜାରା-କ-ପେନ୍‌-ବୋ-ହାଜ୍‌ଲେଉଡ୍‌-୦୪
କୋହଲି-କ-ଖୱାଜା-ବୋ-ଲିୟନ୍‌-୧୭
ରାହାଣେ-କ-ହେଡ୍‌-ବୋ-ହାଜ୍‌ଲେଉଡ୍‌-୩୦
ହନୁମା ବିହାରୀ-ଅପରାଜିତ-୨୪
ଋଷଭ ପନ୍ତ୍‌-ଅପରାଜିତ-୦୯
ଅତିରିକ୍ତ: (ବା-୬, ୱା-୨)୦୮
ମୋଟ-(୪୧ ଓଭର, ୫ ୱିକେଟ୍‌-୧୧୨
ଵିକେଟ୍‌ ପତନ-୧/୦, ୨/୧୩, ୩/୪୮, ୪/୫୫, ୫/୯୮।
ବୋଲି˚: ମିଚେଲ ଷ୍ଟାର୍କ ୧୦-୨-୨୮-୧, ଜୋସ୍‌ ହାଜ୍‌ଲେଉଡ୍‌ ୧୧-୩-୨୪-୨, ପ୍ୟାଟ୍‌ କମିନ୍‌ସ ୮-୦-୨୪-୦, ନାଥନ୍‌ ଲିୟନ୍‌ ୧୨-୨-୩୦-୨।