ଆଡିଲେଡ୍: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଅଷ୍ଟ୍ରେଲିଆ ବିପକ୍ଷ ବଳକା ଟେଷ୍ଟ୍ ଶୃଙ୍ଖଳାରୁ ବାଦ ପଡ଼ିଛନ୍ତି। ଶନିବାର ଶେଷ ହୋଇଥିବା ପ୍ରଥମ ଟେଷ୍ଟ୍ର ଘଟଣାବହୁଳ ତୃତୀୟ ଦିବସରେ ଗୁରୁତର ଆହତ ହୋଇଥିଲେ ସେ। ଅଷ୍ଟ୍ରେଲିଆ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସଙ୍କ ବାଉଁସର ମାଡ଼ରେ ସାମିଙ୍କ କହୁଣି ଓ ବାହୁରେ ଗୁରୁତର ଆଘାତ ଲାଗିଥିଲା ଏବଂ ପରେ ହାଡ଼ ଫାଟି ଯାଇଥିବା ଜଣାପଡ଼ିଥିଲା। ବଲ୍ ଦ୍ରୁତ ଗତିରେ ଡାହାଣ ହାତରେ ବାଜିବା ପରେ ଭୀଷଣ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ସାମି। ଟିମ୍ ଇଣ୍ଡିଆ ଡାକ୍ତରୀଦଳ ତୁରନ୍ତ ପଡ଼ିଆକୁ ଯାଇଥିଲେ। ଆଶୁ ଚିକିତ୍ସା ପରେ ବ୍ୟାଟିଂ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଯନ୍ତଣା ଉପଶମ ନହେବାରୁ ଆଲୋଚନା ପରେ ପଡ଼ିଆ ଛାଡ଼ିବାକୁ ସାମି ସ୍ଥିର କରିଥିଲେ। ଡ୍ରେସିଂ ରୁମ୍ରେ ଫିଜିଓଥେରାପିଷ୍ଟ କଷ୍ଟନିବାରଣ ସ୍ପ୍ରେ କରିଥିଲେ। ତଥାପି ସେ ସହଜ ଅନୁଭବ କରିପାରିନଥିଲେ। ଏହି କାରଣରୁ ସାମି ମଧ୍ୟ ଭାରତର ଦ୍ବିତୀୟ ପାଳିରେ ରିଟାୟର୍ଡ ହର୍ଟ ହୋଇ ପ୍ୟାଭିଲିୟନ୍ ଫେରିଥିଲେ। ସେ ବି ଆଉ ବୋଲିଂ ପାଇଁ ପଡ଼ିଆକୁ ଆସିପାରିନଥିଲେ। ପରେ ତାଙ୍କୁ ଡାକ୍ତରଖାନ ନିଆଯାଇ ଆଘାତପ୍ରାପ୍ତ ହାତର ସିଟିସ୍କାନ୍ କରାଯାଇଥିଲା। ସ୍କାନ୍ ରିପୋର୍ଟରେ ହାଡ଼ ଫାଟି ଯାଇଥିବା ସ୍ପଷ୍ଟ ହୋଇଥିଲା। ସୂଚନାଯୋଗ୍ୟ ଯେ ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ୍ ମେଲ୍ବର୍ନରେ ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବ। ଅଧିନାୟକ କୋହଲିଙ୍କ ସହ ସାମିଙ୍କ ଅନୁପସ୍ଥିତି ୦-୧ରେ ପଛୁଆ ଥିବା ଭାରତର ଚିନ୍ତାକୁ ବହୁ ଗୁଣ ବଢ଼ାଇ ଦେଇଛି।
ବାଉଁସର ମାଡ଼ରେ ସାମି ଆହତ: ଶୃଙ୍ଖଳାରୁ ବାଦ୍
/sambad/media/post_attachments/wp-content/uploads/2020/12/d584gd8a4g8dag4d8g7dg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)