କୋଲ୍କାତା: ବେଙ୍ଗଲୀ କ୍ରିକେଟର୍ ତଥା ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସାମି ଏବଂ ତାଙ୍କ ପତ୍ନୀ ହସିନ୍ ଜହାଁଙ୍କ ବିବାଦ ଥମୁନି। କିଛି ଦିନ ଧରି ନିରବ ରହିବା ପରେ ହସିନ୍ ଏବେ ନୂଆ ଅଭିଯୋଗ ବାଢ଼ିଥିଲା ବେଳେ ସାମି ମଧ୍ୟ ଜବାବ ଦେଇଛନ୍ତିି। ସାମି ଏବେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ବୋଲି ନିକଟରେ ହସିନ୍ ପୁଣି ଏକ ଅଭିଯୋଗ ବାଢ଼ିଛନ୍ତି। ଇଦ୍ ଶେଷ ହେବାର ୫ ଦିନ ପରେ ସାମି ତାଙ୍କ ବଡ଼ ଭାଇଙ୍କ ଶାଳୀକୁ ବିବାହ କରିବାକୁ ଯୋଜନା କରିଥିବା ହସିନ୍ ଅଭିଯୋଗରେ ଦର୍ଶାଇଛନ୍ତି। ଆଉ ଯେଉଁ କାରଣରୁ ସାମି ମୋତେ କ୍ଷତିପୂରଣ ଯାଚିବା ସାଙ୍ଗକୁ ଛାଡ଼ପତ୍ର ପାଇଁ ପ୍ରବର୍ତ୍ତାଇଥିଲେ। ଏନେଇ ସାମିଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁବାରୁ, ସେ କହିଥିଲେ ମୋର ପ୍ରଥମ ବିବାହ ଯୋଗୁଁ ମୁଁ ଅନେକ ସମସ୍ୟା ଭୋଗି ସାରିଲିଣି। ତୁମେ କ’ଣ ଭାବୁଛ ମୁଁ ପାଗଳ ଯେ ଆଉ ଜଣେ ଝିଅକୁ ପୁଣି ବାହାହେବି? ହସିନ୍ ମୋ ବିରୋଧରେ ଗତ କିଛି ମାସ ମଧ୍ୟରେ ଯଥେଷ୍ଟ ଅଭିଯୋଗ ଆଣି ସାରିଲେଣି। ଏବେ ଆଉ ଏକ ଅଭିଯୋଗ ଯୋଡ଼ିଛନ୍ତି। ଭଲ କରିଛନ୍ତି। ତଥାପି ଦ୍ୱିତୀୟ ବିବାହ କଲା ବେଳେ ମୁଁ ନିଶ୍ଚିତ ହସିନ୍ଙ୍କୁ ଉପସ୍ଥିତ ରହିବାକୁ ନିମନ୍ତ୍ରଣ କରିବି ବୋଲି ପରିହାସରେ ସାମି ପ୍ରତିକ୍ରିୟା ରଖିଥିଲେ।
ସାମିଙ୍କ ଦ୍ୱିତୀୟ ବିବାହ ନେଇ ଚର୍ଚ୍ଚା
/sambad/media/post_attachments/wp-content/uploads/2018/06/7-shami-hasin.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)