ୱର୍ନ ମତେ ବୋକା ବନେଇଥି‌ଲେ: କୋହଲି

ନୂଆଦିଲ୍ଲୀ: ଅଷ୍ଟ୍ରେଲୀୟ କିଂବଦନ୍ତୀ ଲେଗ୍‌ ସ୍ପିନର ସେନ୍‌ ୱର୍ନ ୨୦୦୯ ଆଇପିଏଲ୍‌ ବେଳେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ବୋକା ବନେଇଥିଲେ। ଏହି କଥାକୁ ନିଜେ କୋହଲି ସ୍ବୀକାର କରିଛନ୍ତି। ବିଶ୍ବର ଏହି ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ୨୦୦୯ ଆଇପିଏଲ୍‌ରେ ୱର୍ନଙ୍କ ବୋଲିଂରେ ଅଡ଼ୁଆରେ ପଡ଼ିଥିଲେ। ରାଜସ୍ଥାନ ରୟାଲ୍ସ ଅଧିନାୟକ ୱର୍ନଙ୍କ ବୋଲିଂକୁ ସାମ୍ନା କରିବାରେ ‌କିପରି ଅସୁବିଧାରେ ପଡ଼ିଥିଲେ ସେହି ପୁରୁଣା ସ୍ମୃତିକୁ ମନେପକାଇଛନ୍ତି ରୟାଲ୍‌ ଚ୍ୟାଲେଞ୍ଜର୍ସ ବା‌ଙ୍ଗାଲୋର ଅଧିନାୟକ କୋହଲି।

୨୦୦୯ ଆଇପିଏଲ୍‌ ବେଳେ ୱର୍ନ ମତେ ବୋକା ବନେଇଥିଲେ। ତାଙ୍କ ବିପକ୍ଷରେ ୨୦୧୧ରେ ମୁଁ ପୁଣି ଥରେ ଖେଳିଥିଲି, ସେତେବେଳେ କୌଣସି ଅସୁବିଧା ହୋଇନଥିଲା। ସେ ମୋତେ ଆଉଟ୍‌ କରି ପାରିନଥିଲେ କି ମୁଁ ବି ତାଙ୍କ ବିପକ୍ଷରେ ଭଲ ରନ୍‌ କରିନଥିଲି। ମ୍ୟାଚ୍‌ ପରେ ସେ ମୋ ପାଖକୁ ଆସି ମୋତେ କହିଲେ ବୋଲରଙ୍କୁ କିଛି କହିବନି। ‌କିନ୍ତୁ ଏହାକୁ ନଶୁଣିଲା ଭଳି ରହିଥିଲି ବୋଲି କୋହଲି କହିଛନ୍ତି। କୋହଲିଙ୍କ ବିପକ୍ଷରେ ୱର୍ନ ମ୍ୟାଚ୍‌ ଖେଳିବାର ଅଧିକ ସୁଯୋଗ ପାଇ ନାହାନ୍ତି। ହେଲେ ତାଙ୍କ ବିପକ୍ଷରେ କିପରି ବୋଲିଂ କରିବେ ତା’ର ଯୋଜନା ୱର୍ନ ପ୍ରସ୍ତୁତ କରିଥିଲେ। ନିକଟରେ ଏକ ଟିଭି ଚ୍ୟାନେଲ୍‌ ମଧ୍ୟମରେ କୋହଲିଙ୍କୁ କିପରି ବାନ୍ଧି ରଖିପାରିବ ତା ଉପରେ ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ୱର୍ନ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର