କଟକ: ଚଳିତ ଓଡ଼ିଶା ପ୍ରୋ ଟି-୨୦ ଲିଗ୍ (ଓପିଟିଏଲ୍)ର ଚତର୍ଥ ଲିଗ୍ ମ୍ୟାଚ୍ରେ ପୁରୀ ଟାଇଟନ୍ସ ୯ ୱିକେଟ୍ରେ କଟକ ପାନ୍ଥର୍ସକୁ ପରାସ୍ତ କରିଛି। ଟାଇଟନ୍ସର ଏହା ପ୍ରଥମ ବିଜୟ। ବାରବାଟୀ ଷ୍ଟାଡିୟମ୍ରେ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ମ୍ୟାଚ୍ରେ ପାନ୍ଥର୍ସ ଅଧିନାୟକ ସ୍ୱସ୍ତିକ ସାମଲ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଟାଇଟନ୍ସର ଶାଣିତ ବୋଲିଂରେ ଫସି ପାନ୍ଥର୍ସ ୭ ୱିକେଟ ହରାଇ ୧୪୧ରନ ସଂଗ୍ରହ କରିଥିଲା।
ବିପ୍ଳବ ସାମନ୍ତରାୟ ସର୍ବାଧିକ ୩୩, ଅଭିଷେକ ରାଉତ ୨୫, ସ୍ୱସ୍ତିକ ସାମଲ ୨୨ ରନ୍ କରିଥିଲେ। ଟାଇଟନ୍ସ ପକ୍ଷରୁ ଏମ୍ଏ ଦାନିସ୍ ୩ ୱିକେଟ ଦଖଲ କରିଥିବା ବେଳେ ରାଜେଶ ମହାନ୍ତି, ଆଶୁତୋଷ ଛୁରିଆ, ସୁଶୀଲ ବାରିକ ଓ ଉଦୟ ଜଟଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା। ୧୭.୪ ଓଭରରେ ଗୋଟିଏ ୱିକେଟ୍ ହରାଇ ପୁରୀ ବିଜୟୀ ହୋଇଥିଲା। ଓପନର୍ ଶାନ୍ତନୁ ମିଶ୍ର ୭୯* ରନ୍ର ମ୍ୟାଚ୍ ବିଜୟୀ ପାଳି ଖେଳିଥିଲେ। ଅନ୍ୟତମ ଓପନର ଅନୁରାଗ ଷଡ଼ଙ୍ଗୀ ୩୧ ରନ୍ରେ ଆଉଟ ହୋଇଥିବା ବେଳେ ଅଧିନାୟକ ସନ୍ଦୀପ ପଟ୍ଟନାୟକ ୧୭ ବଲ୍ରୁ ୩୧ ରନ କରିଥିଲେ। କଟକର ଅଭିଷେକ ରାଉତଙ୍କୁ ଏକମାତ୍ର ୱିକେଟ୍ ମିଳିଥିଲା। ଶାନ୍ତନୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/20/fshfsfhshfsshf-2025-09-20-01-32-29.jpg)