ନୂଆଦିଲ୍ଲୀ: ଚଳିତ ବର୍ଷର ସାଫ୍ କପ୍ ଫୁଟ୍ବଲ୍ ପ୍ରତିଯୋଗିତାରେ ୭ ଥର ବିଜେତା ଭାରତ ଗ୍ରୁପ୍-ବିରେ ମାଳଦୀପ ଓ ଶ୍ରୀଲଙ୍କା ସହ ସ୍ଥାନ ପାଇଛି। ବୁଧବାର ସାଫ୍ କପ୍ର ଦ୍ୱାଦଶ ସଂସ୍କରଣ ପାଇଁ ବିଦ୍ଧିବଧ ସୂଚୀ ଘୋଷଣା ହୋଇଛି। ଏଥିରେ ଗ୍ରୁପ୍-ଏରେ ଆୟୋଜକ ବାଂଲାଦେଶ ସାଙ୍ଗକୁ ନେପାଳ, ପାକିସ୍ତାନ ଓ ଭୂଟାନ୍ ପରସ୍ପର ମୁହାଁମୁହିଁ ହେବେ। ସାଫ୍ ସୁଜୁକି କପ୍ ନାମରେ ନାମିତ ଏଥରର ପ୍ରତିଯୋଗିତା ସେପ୍ଟେମ୍ବର ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥି ସହିତ ବାଂଲାଦେଶ ମଧ୍ୟ ତୃତୀୟ ଥର ପାଇଁ ଏହି ପ୍ରତିଯୋଗିତା ଆୟୋଜନ ଅଧିକାର ପାଇଛି। ବଙ୍ଗବଂଧୁ ଜାତୀୟ ଷ୍ଟାଡିୟମ୍ରେ ସମସ୍ତ ମ୍ୟାଚ୍ ଖେଳାଯିବ। ଶ୍ରେଷ୍ଠ ୪ ଦଳ ହିଁ ସେମିଫାଇନାଲ୍ ପ୍ରବେଶ କରିବେ। ଢାକାରେ ଶେଷଥର ପାଇଁ ଏହି ପ୍ରତିଯୋଗିତା ୨୦୦୯ରେ ଖେଳାଯାଇଥିଲା। ଭାରତ ତିନି ଥର ଫାଇନାଲ୍ରେ ମାଳଦୀପକୁ ଭେଟିଥିଲା ବେଳେ ଦୁଇ ଥର (୧୯୯୭ ଓ ୨୦୦୯) ବିଜେତା ହୋଇଥିଲା। ତେବେ ୨୦୦୮ରେ ମାଳଦୀପଠୁ ଭାରତ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଭାରତ ମଧ୍ୟ ୨୦୧୫ ଫାଇନାଲ୍ରେ ଆଫ୍ଗାନିସ୍ତାନକୁ ପରାସ୍ତ କରି ବିଜେତା ହୋଇଥିଲା। ଅବଶ୍ୟ ଏଥର ଆଫ୍ଗାନିସ୍ତାନ ସାଫ୍ କପ୍ରେ ଭାଗ ନେଉନାହିଁ। ଅନ୍ୟପକ୍ଷରେ ବାଂଲାଦେଶ ୨୦୦୩ରେ ପ୍ରଥମ ଥର ଲାଗି ଏହି ପ୍ରତିଯୋଗିତା ଆୟୋଜନ କରିଥିଲା ବେଳେ ବିଜେତା ମଧ୍ୟ ହୋଇଥିଲା। ଆୟୋଜକ ବାଂଲାଦେଶ ୨୦୦୩ ଫାଇନାଲ୍ରେ ମାଳଦୀପକୁ ପେନାଲ୍ଟିରେ ପରାସ୍ତ କରିଥିଲା। ସୂଚନାଯୋଗ୍ୟ, ସାଫ୍ କପ୍ ୧୯୯୩ରୁ ଆରମ୍ଭ ହୋଇଛି। ୧୯୯୩ ପ୍ରଥମ ସଂସ୍କରଣକୁ ପାକିସ୍ତାନ ଆୟୋଜନ କରିଥିଲା। ଲାହୋରରେ ସମସ୍ତ ମ୍ୟାଚ୍ ଖେଳାଯାଇଥିଲା। ୭ ଦେଶକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତା ଦକ୍ଷିଣ ଏସୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଫୁଟ୍ବଲ୍ ମାହୋଲ ସୃଷ୍ଟି କରିଥାଏ ବୋଲି ବୁଧବାର ସୂଚୀ ଘୋଷଣା ବେଳେ ଦକ୍ଷିଣ ଏସୀୟ ଫୁଟ୍ବଲ୍ ସଂଘ (ସାଫ୍)ର ସଭାପତି କାଜି ମହମ୍ମଦ ସଲାଉଦ୍ଦିନ୍ କହିଛନ୍ତି। ଏହି ପ୍ରତିଯୋଗିତା ଯୁବ ଖେଳାଳିଙ୍କୁ ପ୍ରେରିତ କରିବାରେ ବେଶ୍ ସହାୟକ ହେଉଛି ବୋଲି ସଲାଉଦ୍ଦିନ୍ କହିଛନ୍ତି। ଭାରତ ଏହି ପ୍ରତିଯୋଗିତାକୁ ୭ ଥର ଜିତିଥିଲା ବେଳେ ୩ ଥର ଉପବିଜେତା ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ଆଫ୍ଗାନିସ୍ତାନ, ବାଂଲାଦେଶ, ମାଳଦୀପ ଓ ଶ୍ରୀଲଙ୍କା ଥରେ ଲେଖାଏଁ ସାଫ୍ କପ୍ ବିଜେତା ହେବାର ସ୍ୱାଦ ଚାଖିଛନ୍ତିି।
ମାଳଦୀପ ଓ ଶ୍ରୀଲଙ୍କା ସହ ଗ୍ରୁପ୍-ବିରେ ଭାରତ
ସାଫ୍ କପ୍ ସେପ୍ଟେମ୍ବର ୪ରୁ ୧୫
/sambad/media/post_attachments/wp-content/uploads/2018/04/football.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)