ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ସାର୍ଦ୍ଦୁଲ ଠାକୁରଙ୍କ ନିର୍ବନ୍ଧ ଶେଷ

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ସାର୍ଦ୍ଦୁଲ ଠାକୁର । ଆଜି ମୁମ୍ବାଇ ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସରେ ବାନ୍ଧବୀ ମିତାଲି ପାରୁଲକରଙ୍କ ସହ ତାଙ୍କର ନିର୍ବନ୍ଧ ଶେଷ ହୋଇଛି । ଏହି ଭିଡିଓ ଭାଇରାଲ ହେବା ପରେ ତାଙ୍କ ପାଖକୁ ଛୁଟୁଛି ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ । ଏହି ନିର୍ବନ୍ଧ ସମାରୋହରେ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ଉପସ୍ଥିତ ଥିଲେ, ଯଦିଓ ଜଣେ ଭାରତୀୟ କ୍ରିକେଟର ଏହି କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

 

ଶାର୍ଦ୍ଦୁଲ ଠାକୁର ଟି-୨୦ ୨୦୨୧ ବିଶ୍ୱକପରେ ଟିମ୍ ଇଣ୍ଡିଆର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ। ଚଳିତ ଭାରତ-ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ ସିରିଜ୍ ସମୟରେ ଶାର୍ଦ୍ଦୁଲଙ୍କୁ ବିଶ୍ରାମ ଦିଆଯାଇଛି, ତେଣୁ ସେ କାନପୁର ଟେଷ୍ଟ ଖେଳୁନାହାଁନ୍ତି। ତେବେ ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପରେ ସେ ବିବାହ କରିବେ ବୋଲି ସୂଚନା ରହିଛି ।

ସମ୍ବନ୍ଧିତ ଖବର