ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର୍ ରବି ଶାସ୍ତ୍ରୀ ନିଜ ଅଡି ୧୦୦ କାର୍ର କିଛି ଫଟୋ ଟ୍ବିଟର୍ରେ ପ୍ରକାଶ କରିଛନ୍ତି। ଏହାର ଶିରୋନାମାରେ ଲେଖିଥିଲେ ଏହା ଅତୀତର ସ୍ମୃତିକୁ ଖାଲି ଉଜ୍ଜୀବିତ କରୁନି ଏହା ଜାତୀୟ ସମ୍ପତ୍ତି। ଅଷ୍ଟ୍ରେଲିଆରେ ଆୟୋଜିତ ୧୯୮୫ ବିଶ୍ବ ଚାମ୍ପିଅନ୍ସିପ୍ରେ ଭାରତ ଶ୍ରେଷ୍ଠ ବିଜୟ ପାଇଥିଲା ବେଳେ ଶାସ୍ତ୍ରୀ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପୁରସ୍କାର ବାବଦରେ ତାଙ୍କୁ ଏହି ଅଡି ୧୦୦ କାର୍ ମିଳିଥିଲା। ଏହି କାର୍ଟିକୁ ଭାରତ ଅଣିବାକୁ ତାଙ୍କୁ ୮ ମାସ ଲାଗିଥିଲା। ୩୭ ବର୍ଷ ପରେ ଶନିବାର ଏହି କାର୍ର ଫଟୋ ଛାଡ଼ିବା ସହ ନିଜେ ଏହାକୁ ଜାତୀୟ ସମ୍ପତ୍ତି ବୋଲି ଘୋଷଣା କରିଛନ୍ତି। ସୁନିଲ ଗାଭାସ୍କରଙ୍କ ନେତୃତ୍ବାଧୀନ ଭାରତ ମେଲ୍ବର୍ଣ୍ଣରେ ଖେଳାଯାଇଥିବା ଫାଇନାଲ୍ରେ ୮ ୱିକେଟ୍ରେ ପାକିସ୍ତାନକୁ ହରାଇ ଟ୍ରଫି କରାୟତ୍ତ କରିଥିଲା। ଏହି ପ୍ରତିଯୋଗିତାରେ ଶାସ୍ତ୍ରୀ ୫ ମ୍ୟାଚ୍ ଖେଳି ୧୮୨ ରନ୍ କରିବା ସହ ୮ ୱିକେଟ୍ ଅକ୍ତିଆର କରିଥିଲେ।
୧୯୮୫ ବିଶ୍ବ ଚାମ୍ପିଅନ୍ସିପ୍ ପୁରସ୍କାର ଅଡି ୧୦୦କୁ ଜାତୀୟ ସମ୍ପତ୍ତି କହିଲେ ଶାସ୍ତ୍ରୀ
/sambad/media/post_attachments/wp-content/uploads/2022/06/d546d5a4g65gda4g65dagdaagdg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)