ନିମ୍ରତଙ୍କ ସହ ସମ୍ପର୍କକୁ ଶାସ୍ତ୍ରୀଙ୍କ କଟାକ୍ଷ

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ନିମ୍ରତ କୌର୍‌ଙ୍କ ସହ ସମ୍ପର୍କକୁ ନେଇ ପୁଣି ଥରେ ଚର୍ଚ୍ଚା ଉଠିବା ପରେ ଭାରତୀୟ କ୍ରିକେଟ୍‌ ଦଳର ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏହାକୁ ଗୋଟିଏ ଦୁଇଟି ଶବ୍ଦରେ ଉଡ଼ାଇ ଦେଇଛନ୍ତି। ୨୦୧୮ ମସିହାରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲେ ମଧ୍ୟ ଶାସ୍ତ୍ରୀ ନିରବ ରହିଥ‌ିଲେ। ଏବେ ଏକ ମୁମ୍ବାଇ ଟାବଲଏଡକୁ ଦେଇଥିବା ସାକ୍ଷାତକାରରେ ଶାସ୍ତ୍ରୀ ଚତୁରତାରେ ସହ କଟାକ୍ଷ କରିଛନ୍ତି। ଅଭିଯୋଗ ସମ୍ପର୍କରେ ପ୍ରଶ୍ନ ହେବାରୁ ଶାସ୍ତ୍ରୀ କହିଥିଲେ ‘ମୁଣ୍ଡରେ ପ୍ରବଳ ଗୋବର’। ସେ ପୁଣି କହିଥିଲେ ‘ଗାଈର ଗେ ସବୁକଥା କହୁଛି। ମୁଁ ଗାଈ ଗୋବର କହୁଥିବାବେଳେ ଆପଣ ବୁଝିଯିବା ଉଚିତ’। ରବି ଶାସ୍ତ୍ରୀ ଏବେ ବି ନିମ୍ରତଙ୍କ ସହ ଡେଟିଂ କରୁଛନ୍ତି ବୋଲି ପ୍ରଶ୍ନ ହେବାରୁ ଗତ ସପ୍ତାହରେ ୫୯ତମ ଜନ୍ମଦିନ ପାଳିଥିବା ଶାସ୍ତ୍ରୀ ଏଭଳି ଜଟୀଳ ଉତ୍ତର ଦେଇଥିଲେ। ଅଭିନେତ୍ରୀ ନିମ୍ରତ କୌର୍‌ଙ୍କ ସହ ମିଶି ରବି ଶାସ୍ତ୍ରୀ ଏକ ଅଡି କାର୍‌ ଉଦ୍‌ଘାଟନ କରିଥିଲେ। ସେବେଠାରୁ ତାଙ୍କୁ ଏଭଳି ଗୁଜବ ପିଛା କରୁଛି। ୩ ବର୍ଷ ତଳେ ବଲିଉଡ୍‌ ଅଭିନେତା ସ୍ବର୍ଗତ ଇର୍ଫାନ୍‌ ଖାନ୍‌ଙ୍କ ସହ ନିମ୍ରତ କୌର କରିଥିବା ସ‌ିନେମା ‘ଲଞ୍ଚ୍‌ବକ୍ସ’ ଢେର ନାମ କମାଇଥିଲା।

ସୂଚନାଯୋଗ୍ୟ, ଭାରତରେ କ୍ରିକେଟ୍‌-ବଲିଉଡ୍‌ ସମ୍ପର୍କକୁ ନେଇ ଢେର ଚର୍ଚ୍ଚା ହୁଏ। ଗତ ଦଶନ୍ଧି ଶେଷ ଭାଗରେ ବିରାଟ କୋହଲି-ଅନୁଷ୍କା ଶର୍ମାଙ୍କ ବିବାହ ଏହାର ସଦ୍ୟତମ ଉଦାହରଣ ଥିଲା। ଏହା ପୂର୍ବରୁ ମହମ୍ମଦ ଆଝାରୁଦ୍ଦିନ-ସଙ୍ଗୀତା ବିଜଲାନି, ମନସୁର ଅଲୀ ଖାନ୍ ପଟୌଦୀ-ଶର୍ମିଳା ଟାଗୋର, ଭିଭିଆନ୍ ରିଚାର୍ଡସ-ନୀନା ଗୁପ୍ତାଙ୍କ ସମ୍ପର୍କକୁ ନେଇ ଲମ୍ବା ଇତିହାସ ମଧ୍ୟ ରହିଛି।

ସମ୍ବନ୍ଧିତ ଖବର