ନୂଆଦିଲ୍ଲୀ: ସେପ୍ଟେମ୍ବର ୩୦ ତାରିଖରୁ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ମହିଳା ଦିନିକିଆ ବିଶ୍ବକପ୍ ଲାଗି ଭାରତୀୟ ଦଳ ମଙ୍ଗଳବାର ଘୋଷିତ ହୋଇଛି। ଖରାପ ଫର୍ମ ପାଇଁ ଯୁବ ବ୍ୟାଟର୍ ଶେଫାଳି ବର୍ମାଙ୍କୁ ସୁଯୋଗ ମିଳିନାହିଁ। ଦ୍ରୁତ ବୋଲର ରେଣୁକା ଠାକୁର ଓ ବ୍ୟାଟର୍ ପ୍ରତୀକା ରାୱଲଙ୍କୁ ଏହି ବଡ଼ ମଞ୍ଚ ପ୍ରଦାନ କରାଯାଇଛି। ହର୍ମନପ୍ରୀତ କୌରଙ୍କୁ ଅଧିନାୟିକା ଏବଂ ସ୍ମୃତି ମନ୍ଧାନାଙ୍କୁ ଉପ ଅଧିନାୟିକା ନିଯୁକ୍ତ କରାଯାଇଛି। ଏହି ଦଳ ମଧ୍ୟ ସେପ୍ଟେମ୍ବର ୧୪ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ୍ ଦିନିକିଆ ଶୃଙ୍ଖଳା ଖେଳି ନିଜକୁ ପ୍ରସ୍ତୁତ କରିବ। କେବଳ ଅମନଜୋତ କୌରଙ୍କ ବଦଳରେ ସାୟଲୀ ସଟଘାରେ ଖେଳିବେ।
ଭାରତୀୟ ଦଳ: ହର୍ମନପ୍ରୀତ୍ କୌର (ଅଧିନାୟିକା), ସ୍ମୃତି ମନ୍ଧାନା (ଉପ ଅଧିନାୟିକା), ପ୍ରତୀକା ରାୱଲ, ହର୍ଲିନ ଦେଓଲ, ଦୀପ୍ତି ଶର୍ମା, ଜେମିମା ରଡ୍ରିଗ୍ବେଜ୍, ରେଣୁକା ସିଂହ ଠାକୁର, ଅରୁନ୍ଧତି ରେଡ୍ଡୀ, ରିଚା ଘୋଷ (ୱିକେଟକିପର୍), କ୍ରାନ୍ତି ଗୌଡ଼, ସାୟଲି ସଟଘାରେ/ଅମନଜୋତ କୌର, ରାଧା ୟାଦବ, ଶ୍ରୀ ଚରଣୀ, ୟାସ୍ତିକା ଭାଟିଆ (ୱିକେଟକିପର), ସ୍ନେହ ରାଣା।